୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୩ ବଳଦ ୨ ଗାଈ ମୃତ

୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୩ ବଳଦ ୨ ଗାଈ ମୃତ

ମୋହନା:ଗଜପତି

ଗ୍ରାମ ନିକଟ ପଡିଆରେ ଗାଈ ଗୋରୁ ଚରୁଥିବା ବେଳେ ଅଚାନକ ଛିଣ୍ଡିଗଲା ବିଦ୍ୟୁତ ତାର ।ତାର ସଂସ୍ପର୍ଶରେ ଆସି ୩ ଟି ବଳଦ ଏବଂ ୨ଟି ଗାଈ ମୃତ୍ୟୁବରଣ କରିଛନ୍ତି l ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କୀର୍ତ୍ତିଙ୍ଗ ଗ୍ରାମରେ l କୀର୍ତ୍ତିଙ୍ଗ ଗ୍ରାମର ସନାତନ ପାଇକ ଏବଂ ଅଗସ୍ତିନ ନାୟକଙ୍କ ୩ଟି ବଳଦ ଓ ୨ଟି ଗାଈ ଗ୍ରାମ ନିକଟସ୍ଥ ପଡିଆରେ ଚରୁଥିବା ବେଳେ ହଠାତ ୧୧ କେଭି ବିଦ୍ୟୁତ ତାରଟି ବଳଦ ଓ ଗାଈ ମାନଙ୍କ ଉପରେ ଛିଣ୍ଡି ପଡିଥିଲା l ସେଠାରେ ନିଆଁ ଲାଗିଯିବା ସହ ପ୍ରାଣୀ ମାନେ ପ୍ରାଣ ହରାଇଥିଲେ l ତେଵେ ବିଦ୍ୟୁତ ବିଭାଗ ପକ୍ଷରୁ ତଦାରଖର ଅଭାବ ଯୋଗୁଁ ଏଭଳି ଘଟଣା ବାରମ୍ବାର ମୋହନା ଅଞ୍ଚଳରେ ଘଟୁଛି l ଏହା ପୂର୍ଵରୁ କର୍ଚ୍ଚବାଡି ପଞ୍ଚାୟତ ଅଧିନ ଶୁଖିଲାଆମ୍ବ ଛକ ନିକଟରେ ମୁକୁଳା ଟ୍ରାନ୍ସଫରମର୍ ସଂସ୍ପର୍ଶରେ ଆସି ଗୋଟିଏ ଗାଈ ମୃତ୍ୟୁବରଣ କରିଥିଲା l ତେଵେ ଅଞ୍ଚଳବାସୀଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ମାଲିକ ମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି l

author

Related Articles

Leave a Reply

Your email address will not be published. Required fields are marked *