ଉତ୍ତର ଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପ୍ରଭାତୀଙ୍କୁ ଘେରିଗଲେ ବିଧାୟିକା । ହଁ ଆଜ୍ଞା, ରାଜ୍ୟରେ ରେକର୍ଡ କଲାଣି ନାରୀ ନିଯ୍ୟାତନା ମାମଲା । ଡବଲ ଇଞ୍ଜିନ ସରକାରରେ ବି ପ୍ରତିଦିନ ନାରୀ ନିଯ୍ୟାତନା ମାମଲା ହେଡଲାଇନ୍ସ ସାଜୁଛି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ମହିଳାମାନେ କେହି ବି ସୁରକ୍ଷିତ ନାହାନ୍ତି । ଘର ଆଗରୁ ଛୁଆ ଗାଏବ ହୋଇଯାଉଛନ୍ତି । ଏପରିକି ଖୋଦ ବିଜେପି ଶାସିତ ଅଞ୍ଚଳରେ ଏଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ସାଂସଦ, ବିଧାୟକ, ଉପମୁଖ୍ୟମନ୍ତ୍ରୀଙ୍କ ନିବାଚନ ମଣ୍ଡଳୀରେ ଏଭଳି କାଣ୍ଡ ଭିଆଉଛନ୍ତି ଦୁବୃର୍ତ । ତଥାପି ନିଦା ବିଷ୍ଣୁ ସାଜୁଛନ୍ତି ସରକାର । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାନସଭାର ଷ୍ଟାଣ୍ଡିଂ କମିଟି । ନାରୀ ନିର୍ଯ୍ୟାତନା ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି ମହିଳା ବିଧାୟିକାମାନେ ।
ବିଜେପି ସରକାରର ୧୧ମାସରେ ଦୁଷ୍କର୍ମ, ହତ୍ୟା ଓ ନାରୀ ନିର୍ୟାତନା ରେକର୍ଡ କରିଛି କ୍ଷ ନାବାଳିକାମାନେ ସ୍କୁଲ ଓ ହଷ୍ଟେଲ ଗର୍ଭବତୀ ହେବା ସହ ଶିଶୁ ନିଖୋଜ ଓ ହତ୍ୟା ବି ସୀମା ଟପିଲାଣି କ୍ଷ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଥିବାରୁ ପୋଲିସ ପ୍ରତି ଦୁର୍ବୃତ୍ତଙ୍କ ଭୟ ରହୁନାହିଁ କ୍ଷ ଫଳରେ ମହିଳାମାନେ ଆଉ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି କ୍ଷ ଏହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ମହିଳା ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି । ଏବଂ ଅନୁଷ୍ଠିତ ହୋଇଥିବା ତୃତୀୟ ବୈଠକରେ ଗୃହ ବିଭାଗ ସହିତ ଆଲେଚନା କରି ମହିଳା ବିଧାୟିକମାନେ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ସେପଟେ ୧୧ମାସରେ ମାମଲା ବଢିଥିବା ନେଇ ଗୃହ ବିଭାଗ ସ୍ୱୀକାର କରିଥିବା ଜଣାପଡିଛିି। କମିଟିର ଅଧ୍ୟକ୍ଷ ତଥା ଶାସକ ଦଳର ବିଧାୟିକା ସୀମାରାଣୀ ନାଏକ କହିଛନ୍ତି ରାଜ୍ୟରେ ଶିଶୁ ଶ୍ରମିକ ଏବଂ ଭିକାରୀଙ୍କ ସଂଖ୍ୟା ଅଧିକ ରହିଛି । ସେମାନଙ୍କୁ ଉଦ୍ଧାର କରାଯିବ । ଇପଏଫଆଇଆର ଉପରେ ସଚେତନତା କରିବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ଆଉ କିଛି ଦିନ ପରେ ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ ରାଜ୍ୟର ମହିଳାଙ୍କ ବିକାଶ କ୍ଷେତ୍ରରେ ସରକାର ପଦକ୍ଷେପ ନେଉଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ମହିଳାଙ୍କ ସୁରକ୍ଷା ଦିଗରେ ଜିରୋ ପଦକ୍ଷେପ ନେଉଥିବା ଏହି ସବୁ ମାମଲାରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ଏବଂ ମହିଳାଙ୍କୁ ସୁଭଦ୍ରା ନୁହେଁ ସୁରକ୍ଷା ଦରକାର ବୋଲି ଦାବି କରାଯାଇଛି । ତେବେ ଦେଖାଯାଉ ଏହାକୁ ମୋହନ ସରକାର କେତେ ଗୁରୁତ୍ବ ଦେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।