୧୬ଜିଲ୍ଲାରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ବିଜେଡି

୧୬ଜିଲ୍ଲାରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ବିଜେଡି

୧୬ଟି ଜିଲ୍ଲାରେ ନିଦ୍ୱର୍ନ୍ଦ୍ୱରେ ଜିତିଲା ବିଜେଡି . ନିର୍ବାଚନ ପାଇଁ ଜଣେ ଲେଖାଏଁ ସଦସ୍ୟ ନାମାନଙ୍କ ଭରି ଥିବାରୁ ଚୟନ ପ୍ରକ୍ରିୟା ସହଜ ହୋଇଛି . ଏବେବି ୭ଜିଲ୍ଲା ପାଇଁ ନାମାଙ୍କନ ବାକି ରହିଛି . ତେବେ ଏହାକୁ ନେଇ ଏବେବି ବିଜେଡ଼ିର ବରିଷ୍ଠ ନେତାମାନଙ୍କ ଭିତରେ ବିଭିନ୍ନ ସମୟରେ ଆଲୋଚନା ଜାରି ରହିଛି . ତେବେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ନିର୍ବାଚନ ପ୍ରକ୍ରିୟାରେ ଭୁବନେଶ୍ୱରରେ ଶଙ୍ଖ ଭବନ ଠାରେ ବିଜେଡ଼ିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଏବଂ ପୁରୀ ଜିଲ୍ଲା ଶୀର୍ଷ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ସତ୍ୟବାଦୀର ପୂର୍ବତନ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି .

ତେବେ ବିଜେଡ଼ିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ ଶେଷ ହେବାକୁ ଯାଉଛି . ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାରେ ନାମାଙ୍କନ ଆସିଛି . ଆଉ ୭ ଜିଲ୍ଲା ପାଇଁ ନାମାଙ୍କନ ବାକି ରହିଛି . ୧୬ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ ନାମାଙ୍କନ ଭରି ଥିବାରୁ ଏମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି . ଦଳ ପକ୍ଷରୁ କୁହାଯାଇଛି ଏହାପରେ ପଂଚମ ପର୍ଯ୍ୟାୟରେ ଷ୍ଟେଟ କାଉନସିଲ ଓ ଷଷ୍ଠ ପର୍ଯ୍ୟାୟରେ ଷ୍ଟେଟ ଏକଜିକ୍ୟୁଟିଭ ନିର୍ବାଚନ ହେବ . ଯେଉଁଥିରେ ରାଜ୍ୟ ସଭାପତି ନିର୍ବାଚନ ହେବେ . ଏହାପରେ ଅନ୍ୟ ପଦ ପାଇଁ ନିର୍ବାଚନ ହେବା ସହ ବ୍ଲକ ପୈାର ସଭାପତି ନିର୍ବାଚନ ହେବ . ଯୁବ ଛାତ୍ର ଓ ମହିଳା ସଭାପତି ନିର୍ବାଚନ ବି ରାଜ୍ୟ ସଭାପତିଙ୍କ ଅନୁମୋଦନରେ ହେବ .

author

Related Articles

Leave a Reply

Your email address will not be published. Required fields are marked *