୧୬ କେଭିଏ ମୁକୁଳା ଟ୍ରାନ୍ସଫରମର ସଂସ୍ପର୍ଶରେ ଗାଈ ମୃତ

୧୬ କେଭିଏ ମୁକୁଳା ଟ୍ରାନ୍ସଫରମର ସଂସ୍ପର୍ଶରେ ଗାଈ ମୃତ

ମୋହନା:ଗଜପତି

ଜାତୀୟ ରାଜପଥ ୩୨୬ ଶୁଖିଲା ଆମ୍ବ ଛକ ନିକଟ ରାସ୍ତାକଡରେ ରହିଛି ୧୬ କେଭିଏ ଟ୍ରାନ୍ସଫରମର । ଉପର ଦେଇ ଯାଇଛି ୧୧ କେଭି ବିଦ୍ୟୁତ ତାର । ଟ୍ରାନ୍ସଫରମର ର ଚତୁଃଦିଗରେ ତାରବାଡ଼ କରାଯାଇନି କି ଇଟାର ପାଚେରୀ ନାହିଁ। ବିପଦକୁ ହାତଠାରି ଯେମିତି ଡାକୁଛି ଟ୍ରାନ୍ସଫରମରଟି । ସୂଚନା ମୁତାବକ ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ଗ୍ରାମର ତ୍ରିନାଥ ଗୌଡଙ୍କ ଗୃହପାଳିତ ହରିଆନା ଗାଈଟି ସୋମବାର ଦିନ ପୂର୍ବାହ୍ନରେ ଘାସ ଚରିବାକୁ ଶୁଖିଲାଆମ୍ବ ନିକଟ ଜଙ୍ଗଲକୁ ଯାଇଥିଲା। ଘାସ ଚରି ନିଜ ଗୁହାଳକୁ ଫେରୁଥିବା ବେଳେ ଶୁଖିଲା ଆମ୍ବ ଛକ ନିକଟ ଜାତୀୟ ରାଜପଥ କଡରେ ରହିଥିବା ୧୬ କେଭିଏ ମୁକୁଳା ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ଯିବାରୁ ଗାଈଟିର ମୃତ୍ୟୁ ଘଟିଛି। ଗାଈଟିକୁ କିଛି ମାସ ତଳେ ତ୍ରିନାଥ ୩୦ ହଜାର ଟଙ୍କା ଦେଇ କିଣିଥିଲେ। ଗାଈଟି ଦିନକୁ ୫ ଲିଟର କ୍ଷୀର ଦେଉଥିବା ବେଳେ ତାର ଛୋଟ ବାଛୁରୀଟିଏ ରହିଛି। ବିଦ୍ୟୁତ ଆଘାତରେ ଗାଈଟିର ମୃତ୍ୟୁ ଘଟିଥିବାରୁ ଗାଈ ମାଲିକଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି। ଏ ସଂପର୍କରେ ଟିପିଏସ ଓଡିଏଲ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନାୟକଙ୍କୁ ପଚାରିବାରୁ ଗାଈଟିର ବୀମା ରହିଛି। ତାକୁ ଡାକ୍ତରଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯିବ ଏବଂ ସରକାରୀ ନିୟମ ମୁତାବକ କ୍ଷତିପୂରଣ ଦିଆଯିବ।

author

Related Articles

Leave a Reply

Your email address will not be published. Required fields are marked *