ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା । ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଏହା ସହ ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ବୋଲି ବୋର୍ଡ ପର୍ତ୍ତୃପକ୍ଷ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ତେବେ ପରୀକ୍ଷା ପାଇଁ ୩୦ ଜିଲ୍ଲାରେ ୩୧୩୩ ପରୀକ୍ଷା କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୩୧୪ଟି ନୋଡାଲ ସେଣ୍ଟର ହୋଇଛି । ସବୁ ସେଣ୍ଟରରେ ସିସିଟିଭି ଲାଗିଛି । ବଳକା ଥିବା ୬୦୦ ସେଣ୍ଟରରେ ଲାଇଟ୍ ବ୍ୟବସ୍ଥା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।
ପରୀକ୍ଷା ପାଇଁ ୧୨ ତାରିଖରୁ ୧୯ ଭିତରେ ସବୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ତେବେ ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ପଦକ୍ଷେପ ନିଆଯାଇଛି । ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ । ଯଦ୍ଵାରା ପ୍ରଶ୍ନପତ୍ର ଭାଇରାଲ୍ ହେଲେ ଜଣାପଡ଼ିବ । କେଉଁଠୁ ଓ କେଉଁ ସେଣ୍ଟରରୁ ଏହା ଭାଇରାଲ୍ ହୋଇଛି ସେନେଇ ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ିବ ।
