ଯୁଦ୍ଧକୁ ନେଇ ଦେଶରେ ଲାଗି ରହିଥିବା ହଟଚମଟ ମଧ୍ୟରେ . ରାତିରେ ପାକିସ୍ତାନ ପୁଣି ଯୁଦ୍ଧ ପାଇଁ ଆହ୍ୱାନ ଦେଇଛି . ୨୪ରୁ ୩୬ ଘଟଣା ମଧ୍ୟରେ ହାମଲ ହୋଇପାରେ ବୋଲି କହିଛନ୍ତି ପାକିସ୍ତାନ ମନ୍ତ୍ରୀ .ଡରେ ନିଜ ଦେଶବାସୀଙ୍କୁ କୈାଣସି ମୁହୂର୍ତରେ ଆକଟାକ ହୋଇପାରେ ବୋଲି ସର୍ତକ ରହିବାକୁ କୁହାଯାଇଛି . କାରଣ ଏଥର ଭାରତ ତାର ଯିଦ ରେ ଅଟଳ କାହାକୁ ଛଡା ଯିବନି .ତେବେ ବିଳମ୍ବିତ ରାତିରେ ପ୍ରେସମିଟ କରି ପାକିସ୍ତାନ ମନ୍ତ୍ରୀ କହିଛନ୍ତି ଯେ . ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆକ୍ରମଣ ହୋଇପାରେ . ନିଜକୁ ଆତଙ୍କବାଦୀର ପୀଡିତ ଦେଶ ବୋଲି କହିବା ସହ ନିଜ ଲୋକଙ୍କୁ ସର୍ତକ କରାଇଛି . କାରଣ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ ଏବେ ଆତଙ୍କୀଙ୍କ ରକ୍ତ ବୁହାହେବ କେବେ ସେହି ମୁହୂର୍ତକୁ ଅପକ୍ଷେ କରିଛନ୍ତି . ତେବେ କେଉଁ ମୁହୂର୍ତରେ ଆକ୍ରମଣ ହୋଇପାରେ ବୋଲି ବୋଧେ ପାକିସ୍ତାନ ଭୟ କରୁଛି .
ତେବେ ପୂର୍ବରୁ ଭାରତ ସିନ୍ଧୁ ଚୁକ୍ତ ବନ୍ଧ କଲା ପରେ ପାକିସ୍ତାନ ତାର ଏୟାର ଲାଇନ ବ୍ଲକ କରିଥିଲା . ଏହାପରେ ଦୁଇ ଦେଶରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି . ସେହିପରି ନିକଟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଜା ମହମ୍ମଦ ଆସିଫ ଦାବି କରିଥିଲେ ଯେ ଭାରତ ଆକ୍ରମଣ କରିବା ଥୟ .ଆକ୍ରମଣ କାରୀମାନେ ଧର୍ମ ଆଧାରରେ ଟାର୍ଗେଟ କରିଥିଲେ .ଏହି ଘଟଣା ବିଗତ ବର୍ଷମାନଙ୍କ ମଧ୍ୟରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା . ଯାହା ଭାରତରେ ଜନଅସନ୍ତୋଷ ସୃଷ୍ଟି କରିଛି . ପାକିସ୍ତାନ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି . ଆସିଫ ଆହୁରି କହିଛନ୍ତି ପାକିସ୍ତାନ ହାଇ ଆଲର୍ଟ ରହିଛି ଏବଂ କେବଳ ଆମର ଅସ୍ତିତ୍ୱ ଉପରେ ପ୍ରତ୍ୟେକ୍ଷ ବିପଦ ସୃଷ୍ଟି ହେଲେ ଆମେ ଆମର ପରମାଣୁ ଅସ୍ତ୍ର ଭଣ୍ଡାର ବ୍ୟବହାର କରିବୁ . ସେହିପରି ଦେଶରେ ଲାଗିରହିଥିବା ଯୁଦ୍ଧ ସ୍ଥିତିକୁ ଦେଖି ଓଡ଼ିଶାରେ ମଧ୍ୟ ଚହଲ ପଡ଼ିଛି . ନବୀନଙ୍କୁ ଖୋଜୁଛନ୍ତି ଲୋକେ . ତଥାପି ନୂଆ ସରକାରଙ୍କ ଉପରେ ଲୋକେ ଭରସା କରଛନ୍ତି . ଏହାରି ଭିତରେ ଓଡ଼ିଶାରେ ରହୁଥିବା ପାକିସ୍ତାନୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁୁ ପାକିସ୍ତାନକୁ ପଳାଇଯିବାକୁ ନିର୍ଦ୍ଧେଶ ଦିଆଯାଇଛି .