ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୁଣି ଆସିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ନଭେମ୍ବର ୨୪ ତାରିଖରେ ମିଳିବ । ଏହି ପର୍ଯ୍ୟାୟର ପ୍ରାୟ ୨୦ ଲକ୍ଷରୁ ଅଧିକ ମହିଳା ଉପକୃତ ହେବ । ତେବେ ଏସମ୍ପର୍କରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ।। ଲଣ୍ଡନ ଗସ୍ତରୁ ଫେରିବା ପରେ ଏହି ଘୋଷଣା କରିଛନ୍ତି ପ୍ରଭାତିା ତେବେ କିଛି ଦିନ ପୂର୍ବରୁ ବଲାଙ୍ଗୀର ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା ୧୦ ଦିନ ଭିତରେ ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରିଥିଲେ । ଏବଂ ୧୫ ଦିନ ଭିତରେ ଚତୁର୍ଥ ପ ଯ୍ୟାୟ ଟଙ୍କା ମିଳିବା ନେଇ ସୂଚନା ଦେଇଥିଲୋ କିନ୍ତୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନଭେମ୍ବର ଶେଷ ବେଳକୁ ସୁଭଦ୍ରା ଟଙ୍କା ମିଳିବା ନେଇ କହିଥିଲେ । ଆଉ ଏବେ ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଟଙ୍କାର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।

You can share this post!
author