ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଳିଗଡ଼ ଜଳପ୍ରକଳ୍ପ ସ୍ଥିତ ସ୍ଵତନ୍ତ୍ର ଭୂଅର୍ଜନ ତଥା ଥଇଥାନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଛେଳିଗଡ ବୁଡି ଅଞ୍ଚଳର ସମସ୍ତ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବୁଧବାର ମହେନ୍ଦ୍ର ଗଡ ଠାରେ ଥିବା ଜଳପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରିବା ସହ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଶାନ୍ତି ଶୃଙ୍ଖଳା ଭାବେ ପ୍ରତିବାଦ କରିଛନ୍ତି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଡି ଅଞ୍ଚଳର ସମ୍ପୂର୍ଣ ସର୍ଭେ କରିବା ପାଇଁ ପ୍ରକଳ୍ପର ଭୁଅର୍ଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଅଧିକାରୀମାନେ ସମସ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ l ତେବେ ବୁଡି ଅଂଚଳ ସଂଗ୍ରାମ ସମିତି ସଭାପତି ଚୈତନ୍ୟ ସାହୁ ଜଳପ୍ରକଳ୍ପ ଅଧିକାରୀଙ୍କୁ ବୁଡି ଅଞ୍ଚଳକୁ ନଯାଇ କିଭଳି ସର୍ଭେ କଲେ ବୋଲି ପଚାରିବାରୁ ଅଧିକାରୀ ଜଣକ ରାଗିଯାଇ ଅଫିସ ଛାଡି ପଳାଇ ଯାଇଥିଲେ l ଅଫିସରଙ୍କ ଏଭଳି କାର୍ଯ୍ୟକଳାପକୁ ବିରୋଧକରି ବୁଡ଼ି ଅଞ୍ଚଳର ସମସ୍ତ ଲୋକେ ଅଫିସ ଘେରାଉ କରିବା ସହ ଅଫିସରେ ତାଲା ପକାଇ ଦେଇଥିଲେ l ଗୁରୁବାର ରା -ଉଦୟଗିରି ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ, ଓ ଏସଡ଼ିପିଓ, ଜଳପ୍ରକଳ୍ପର ସମସ୍ତ ଅଧିକାରୀ, ଓ ବୁଡ଼ି ଅଞ୍ଚଳର ସମସ୍ତ ଲୋକଙ୍କ ଉପସ୍ଥିତିରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ପରେ କିଛିଦିନର ମହଲତ ପରେ ସମସ୍ତ ତଥ୍ୟର ସର୍ଭେ କରାଯାଇ ତଥ୍ୟ ଦିଆଯିବ ବୋଲି ଅଧିକାରୀଙ୍କ ପ୍ରତିଶ୍ରୁତି ମିଳିବା ପରେ ତାଲା ଖୋଲା ଯାଇଥିଲା ।
