ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କାରିଗର ସାହିରେ ଗତ ରାତ୍ରିର ବିଳମ୍ବିତ ପ୍ରହରରେ ମହେଶ୍ୱର ବେହେରା ଓରଫ୍ (ଟିଟନ )ଙ୍କୁ ପ୍ରାୟ ୧୨ଜଣରୁ ଉର୍ଦ୍ଧ ଅସାମାଜିକ ବ୍ୟକ୍ତି ଅତି ନିର୍ମମ ଭାବରେ ତାଙ୍କର ସ୍ତ୍ରୀ ସମ୍ମୁଖରେ ଗୁଳି ଫୁଟାଇ ଓ ପଥର ଛେଚି ହତ୍ୟା କରିବା ଘଟଣାରେ ଅଦ୍ୟାବଧି ୭ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ସକାଳେ ୨ ଜଣଙ୍କୁ ଓ ଓ ସନ୍ଧ୍ୟାରେ ୫ ଜଣଙ୍କୁ ପୁରୀରୁ ଗିରଫ କରିଛି। ଏହି ହତ୍ୟା ଘଟଣାକୁ ନେଇ ଢ଼େଙ୍କାନାଳ ସହରର ମୁଖ୍ୟ ରାସ୍ତା ଉପରେ ପରିବାର ସହ ହଜାର ହଜାର ଲୋକ କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପୋଲିସ୍ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ସହ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୨୦ହଜାର ଟଙ୍କା ଆର୍ଥିକ ସହାୟତା ଦେବା ସହ ଅନ୍ୟାନ୍ୟ କ୍ଷତି ପୂରଣ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା l ଏହି ଘଟଣାରେ ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ଏସ୍.ପି. ସୂଚନା ଦେଇଛନ୍ତି l ଏବେ ଢେଙ୍କାନାଳ ସହର ସଂପୂର୍ଣ୍ଣ ଅଶାନ୍ତ ରହିଛି। ବାଲି ଯୋଗାଇବାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ୍ ତଦନ୍ତରୁ ଜଣାପଡିଛି l
