୨୭ ବଦଳରେ ଗଡିଲା 300 ମୁଣ୍ଡ !

୨୭ ବଦଳରେ ଗଡିଲା 300 ମୁଣ୍ଡ !

ମୋଦି କାଢିଲେ ବ୍ରହ୍ମାସ୍ତ୍ର । ପାକିସ୍ତାନରେ ଜଳିଲା ନିଆଁ । ମାଟିରେ ମିଶିଲା ଆତଙ୍କୀ ଅଡ୍ଡା । ହଁ ଦର୍ଶକବନ୍ଧୁ, ଗତ ୨୨ ତାରିଖରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣର ବଦଲା ମଧ୍ୟରାତ୍ରିରେ ନେଇଛି ଭାରତ । ଅପରେସନ ସିନ୍ଦୁରରେ ଭାରତକୁ ମିଳିଛି ସଫଳତା । 300 ଜଣ ଆତଙ୍କୀଙ୍କୁ ନିପାତ କରିବା ସହ ସେମାନଙ୍କ କ୍ୟାମ୍ପ ଧ୍ୱଂସ କରିଛି ଭାରତୀୟ ସେନା । ଭାରତୀୟ ବାୟୁସେନା ଓ ସ୍ଥଳ ସେନା ମିଳିତ ଆକ୍ରମଣ କରି ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ମାଟିରେ ମିଶାଇଦେଇଛି । ପାକ୍ ଅଧିକୃତ କାଶ୍ମୀର ଚକ୍ଟକ ର ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ ହୋଇଥିବା ସୂଚନା ରହିଛି । ଆଉ ଏ ଖବର ଭାରତୀୟଙ୍କ ମନକୁ ଶାନ୍ତ କରିଛି ।

ପହଲଗାମ ନରସଂହାରର ବଦଲା ନେଲା ଭାରତ । ସକସେସ ହେଲା ମୋଦିଙ୍କ ଅପରେସନ ସିନ୍ଦୂର । ଅପରେସନ ସିନ୍ଦୂରରେ ତିନି ସେନା ଆର୍ମି , ଏୟାରଫୋର୍ସ ଓ ନେଭି ସାମିଲ ରହିଥିବା ବେଳେ ମିଡ୍ ନାଇଟରେ ଏହାକୁ ସଫଳ କରାଯାଇଛି । ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ ।ପାକିସ୍ତାନର କୌଣସି ସାମରିକ ଘାଟିକୁ ଟାର୍ଗେଟ କରିନି ଭାରତ । ପାକିସ୍ତାନର ସାଧାରଣ ଲୋକଙ୍କୁ ବି ଟାର୍ଗେଟ କରିନି ଭାରତ । ବାଛି ବାଛି ଆତଙ୍କବାଦୀ ଶିବରକୁ ଟାର୍ଗେଟ କରିଛି ଭାରତ । କୋଟଲି, ଅହମ୍ମଦପୁର ସାରକିଆ, ମୁଜାଫରାବାଦ ଉପରେ ଏୟାର ଷ୍ଟ୍ରାଇକ । ମୁରିଦ୍କେରେ ଥିବା ଲସ୍କର ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍, ବାହାବଳପୁରରେ ଥିବା ଜୈସ-ଏ-ମହମ୍ମଦ ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଛି । ମାସୁଦ ଆଜହରର ମଦ୍ରାସା ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ ହୋଇଥିବା ଜଣାପଡ଼ିଛି । ତେବେ ଏହି ଆକ୍ରମଣ ପ୍ରତିବଦଳରେ ପାକିସ୍ତାନ ଜବାବ ଦେବ ନେଇ ସୁଚନନା ମଧ୍ୟ ଦେଇଛି ,ପାକିସ୍ତାନ ଆତଙ୍କୀ ଶିବିର ଉପରେ ମିସାଇଲ ଆଟାକ କରିଛି ଭାରତ ।

author

Related Articles

Leave a Reply

Your email address will not be published. Required fields are marked *