୩ଥର ମିଳିବ ସୁଭଦ୍ରା ଟଙ୍କା

୩ଥର ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ହିତାଧୀକାରୀଙ୍କ ପାଇଁ ଆସିଲା ବଡ ଖବର । ୨୦୨୫ରେ ସୁଭଦ୍ରା ହିତାଧୀକାରୀଙ୍କୁ ମିଳିବ ୩ ଥର ସୁଭଦ୍ରା ଟଙ୍କା । ଏନେଇ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ୨୦୨୫ ବର୍ଷ ସୁଭଦ୍ରା ଯୋଜନାର ବର୍ଷ ହେବ । ସମସ୍ତ ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ । ତେବେ ଜାନୁଆରୀ ମାସରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବାର ସମ୍ଭାବନା ରହିଛି । ଏହା ପରେ ମାର୍ଚ୍ଚ ୮ ତାରିଖରେ ଦ୍ୱିତୀୟ କିସ୍ତି ମିଳିବା ସହ ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ମିଳିଛି । ଏହା ସହ ସୁଭଦ୍ରା ଯୋଜନାକୁ ନେଇ ଥିବା ସମସ୍ତ ଯାଞ୍ଚ ଜାନୁଆରୀ ପ୍ରଥମ ସପ୍ତାହରେ ସରିବ ଏବଂ ରିପୋର୍ଟ ଅନୁସାରେ ଆଗାମୀ ପଦକ୍ଷେପ ନିଆଯିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *