ମାଘ ମାସରେ ୩୬ ଡିଗ୍ରୀ ପାର କଲାଣି ତାପମାତ୍ରା । ଏବେ ଠୁ ହିଁ ଖରା ଏବଂ ଗରମରେ ଶିଝିଲେଣି ଓଡିଶାବାସୀ । ୧୦ ସହରରେ ତାତି ୩୫ ଡିଗ୍ରୀ ସେଲସିୟସ୍ ଟପିଛି।ଆସନ୍ତା ୪ରୁ ୫ ଦିନ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅନ୍ୟପଟେ କୁହୁଡିକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଉଛି । ଆଉ କିଛି ଦିନ ଘନ କୁହୁଡି ଜନଜୀବନ ଅସ୍ତବ୍ୟସ୍ତ କରିବା ନେଇ ଆକଳନ ହୋଇଛି । ୭ ତାରିଖରେ କଟକ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ବୁଧବାର ମାଲକାନଗିରି ଓ ବଲାଙ୍ଗିରରେ ତାତି ସବୁଠୁ ଅଧିକ ୩୬ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁର, ହୀରାକୁଦ ଓ ଝାରସୁଗୁଡ଼ାରେ ୩୫.୯, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୩୫.୫, ସୋନପୁରରେ ୩୫.୨, ଅନୁଗୁଳରେ ୩୫.୧ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ରେକର୍ଡ ହୋଇଛି।