୩ ତାରିଖରେ ଶପଥ

୩ ତାରିଖରେ ଶପଥ

ଜାନୁଆରୀ ୩ ତାରିଖରେ ଶପଥ ଗ୍ରହଣ କରିବେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭାମପତି । ଏନେଇ ଆସନ୍ତାକାଲି ଭୁବନେଶ୍ୱର ଆସିବେ ନୂଆ ରାଜ୍ୟପାଳ । ରାଜଭବନରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

ନିକଟରେ ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ରଘୁବର ଦାସ .ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରିଥିଲେ ରାଷ୍ଟ୍ରପତି .୨୦୨୩ ଅକ୍ଟୋବର ୧୮ରେ ଓଡ଼ିଶା ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ନିଯୁକ୍ତି ମିଳିଥିଲା .ରାଜ୍ୟପାଳ ଭାବେ ନୁଯୁକ୍ତି ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହରିବାବୁ କମ୍ଭମପତି କହିଥିଲେ .ଓଡିଶାର ବିକାଶ ପାଇଁ କାମ କରିବି ଖଣିଜ ସଂପଦରେ ଭରପୂର ଏହି ଓଡ଼ିଶା ଶିଲ୍ପର ବିକାଶ ପାଇଁ ଏଠି ସମ୍ଭାବନା ଅଧିକ ରହିଛି .ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବି ବୋଲି କହିଥିଲେ ରାଜ୍ୟପାଳ ହରିବାକୁ କମ୍ଭମପତି .ତେବେ ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ହେବା ପୂର୍ବରୁ ସେ ମିଜୋରାମ ରାଜ୍ୟପାଳ ଥିଲେ .

author

Related Articles

Leave a Reply

Your email address will not be published. Required fields are marked *