୩ ଦିନ ହେବ: ଲଘୁଚାପ …..

୩ ଦିନ ହେବ: ଲଘୁଚାପ …..

ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ଅଳ୍ପ ବହୁତ ବର୍ଷା ଲାଗିରହିବ | ଏହା ପରେ ମୌସମୀ ଲେଉଟାଣ ପର୍ବ ଆରମ୍ଭ ହେବ | ଅକ୍ଟୋବର ୧୩ ରୁ ୧୬ ତାରିଖ ମଧ୍ୟରେ ରାଜ୍ୟରୁ ଦକ୍ଷିଣ -ପଶ୍ଚିମ ମୌସମୀ ବିଦାୟ ନବ | ଜୁଲାଇରେ ୬.୬ ପ୍ରତିଶତ ଓ ଅଗଷ୍ଟରେ ୧୫.୬ ପ୍ରତିଶତ କାମ ବର୍ଷ ହୋଇଛି | ତେବେ ସେପ୍ଟେମ୍ବର ବର୍ଷା ଭରଣା କରିଛି | ସେପ୍ଟେମ୍ବର ସ୍ୱାଭାବିକଠାରୁ ୬୧.୩ ପ୍ରତିଶତ ଅଧିକ ବର୍ଷା ହୋଇଛି | ପାଣିପାଗ ବିଭାଗ ସୂଚନା ଅନୁଯାଇ ଜୁନ ପହିଲାରୁ ସେପ୍ଟେମ୍ବର ୨୯ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି | ଏହି ସମୟରେ ସ୍ୱାଭାବିକ ଭାବେ ୧୧୪୪.୩ ମିଲିଲିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୧୧୦୫.୪ ମିଲିଲିଟର | କେନ୍ଦ୍ରାପଡାରେ ସ୍ୱାଭାବିକଠାରୁ ୨୬,ନବରଙ୍ଗପୁରରେ ୨୩ ଓ ପୁରୀରେ ୨୦ ପ୍ରତିଶତ କାମ ବର୍ଷା ହୋଇଛି | ରାଜ୍ୟରେ କୌଣସି ଜିଲାରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇନାହିଁ | ୯୫ ପ୍ରତିଶତ ଜମିର ଚାଷ କାର୍ଯ୍ୟ ହୋଇଛି ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ କହିଛି|

author

Related Articles

Leave a Reply

Your email address will not be published. Required fields are marked *