୩0 ବର୍ଷପରେ ବଦଳିଲା ଠିକଣା

୩0 ବର୍ଷପରେ ବଦଳିଲା ଠିକଣା

ରାତାରାତି ବଦଳିଲା ସବୁ . ନବୀନଙ୍କ ସମୟରେ ଯାହା ଚାଲୁଥିଲା ତାକୁ ବଦଳାଇ ଦେଲେ ମୋହନ . ଏବେ ଲୋକ କେଉଁଠିକୁ ଯିବେ ବାଇୟା ହେଲେଣି .ତେବେ ର୍ପୂବରୁ ଭୁବନେଶ୍ୱର ଏଜି ଅଫିସ ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଚାଲିଥିବା ବେଳେ . ତେବେ ଦୀର୍ଘ ୩୦ ବର୍ଷ ପରେ ଭୁବନେଶ୍ୱର ୟୁନିଟ ୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ପଦକ୍ଷେପ ନେଇଛନ୍ତି . ତେବେ ପୂର୍ବରୁ ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ବୁଝାଯାଉଥିବା ବେଳେ .ଏବେ ତାହା ବିଜେପି ସରକାର ସମୟରେ ପରିବର୍ତନ ହୋଇଛି . ନିକଟରେ ମୁଖ୍ୟମନ୍ତ୍ରୀ କହିଥିଲେ ଆମ ସରକାର ଲୋକଙ୍କ ସରକାର ତେଣୁ ଏବେ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଭିଯୋଗ ଶୁଣିବେ .

୧ହଜାର ଅଭିଯୋଗକାରୀ ଅନଲାଇନ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ . ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ୬ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ .ଅତିରକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ . ୧୪ ଜଣଙ୍କୁ ସମୁଦାୟ ୧୩ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ .ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ . ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ,ଆପତି ଅଭିଯୋଗ ଶୁଣାଇ ଆତ୍ମସନ୍ତୋଷର ସହ ଲୋକମାନେ ଫେରୁଛନ୍ତି . ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ଅସାଧ ଓ ଦୂରାରୋଗ୍ୟରେ ପୀଡିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି .

author

Related Articles

Leave a Reply

Your email address will not be published. Required fields are marked *