୪ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏଣିକି କଫ ସିରପ୍ ଦେବା ମନା। ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ ସିରପ ଦେବା ଉପରେ ବ୍ୟାନ୍ ଲଗାଇଛନ୍ତି। ସାରା ବିଶ୍ୱରେ କଫ୍ ସିରପ ଯୋଗୁ ୧୪୧ ଛୋଟ ପିଲାଙ୍କ ମୃତ୍ୟୁ ହେବା ପରେ ଭାରତ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଚାରି ବର୍ଷରୁ କମ୍ ପିଲାମାନଙ୍କଠାରେ ଥଣ୍ଡାକୁ ରୋକିବା ପାଇଁ ଦିଆଯାଇଥିବା ଔଷଧ-ମିଶ୍ରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଯେଉଁ ମେଡିସିନ୍ ବ୍ୟାନ୍ ହୋଇଛି ସେଥିରେ କାଶ ଓ ଥଣ୍ଡା ମେଡିସିନ୍ ସାମିଲ ଅଛି। ଏଥିସହ ଔଷଧଗୁଡିକ ଉପରେ ସଠିକ୍ ଭାବରେ ଲେବଲ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଏଟର୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନବଜାତ ଶିଶୁ ଏବଂ ଶିଶୁମାନଙ୍କ ମଧ୍ୟରେ ଅନୁମୋଦିତ ଅସ୍ୱୀକୃତ ଆଣ୍ଟି ଡ୍ରଗ୍ ଫର୍ମୁଲେଶନକୁ ନେଇ ଚିନ୍ତା ପ୍ରକଟ ହେବା ପରେ ଏହି ପରାମର୍ଶ ଦିଆଯାଇଛି।
You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025