ସମସ୍ତଙ୍କୁ ପଛରେ ପକାଇଲେ ବଲିଉଡ ଏବଂ ଟଲିଉଡର ଏହି ଫେମସ ଯୋଡି । ୫୦୦ କୋଟିର ବ୍ୟବସାୟ କରି ରେକର୍ଡ କଲାଣି ଫିଲ୍ମ । ନିକଟରେ ବଲିଉଡର ଚର୍ଚ୍ଚିତ ଅଭିନେତା ଭିକି କୌଶଲ ଏବଂ ସାଉଥ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ହିଷ୍ଟୋରିକାଲ ଫିଲ୍ମ ଛାବା ରିଲିଜ୍ ହୋଇଥିଲା । ଯାହା ଏବେ ରେକର୍ଡ କରିଛି । ୫୦୦ କୋଟି କ୍ଲବରେ ଫିଲ୍ମ ଛାବା ସାମିଲ ହୋଇଥିବା ସୂଚନା ରହିଛି । ଭାରତୀୟ ବକ୍ସ ଅଫିସରେ ଅଦ୍ୟାବଧି ଏହା ୫୦୦ କୋଟି ପରିସଂଖ୍ୟାନ ଅତିକ୍ରମ କରିସାରିଛି । ଚଳିତବର୍ଷର ପ୍ରଥମ ଫିଲ୍ମ ଭାବେ ଏହି ଉପଲବ୍ଧି ହାସଲ କରିଛି ଫିଲ୍ମ ଛାବା । ସାରା ବିଶ୍ୱରେ ଏହା ୬୯୧ କୋଟି ଆୟ କରିଛି । ଛାବାର ହିନ୍ଦୀ ସଂସ୍କରଣ ୫୦୩.୩୩ କୋଟି ଆୟ କରିଥିବା ବେଳେ ତେଲୁଗୁ ଡବ୍ ଭର୍ସନକୁ ୫.୫ କୋଟି ମିଳିଛି ।
ତେବେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ଏହି ଫିଲ୍ମକୁ ଲକ୍ଷ୍ମଣ ଉତେକର ନିର୍ଦ୍ଦେଶନା ଦେଇଛନ୍ତି । ଫେବୃଆରୀ ୧୪ରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ଏବଂ ପ୍ରଥମ ସପ୍ତାହରେ ହିଁ ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ ହୋଇଥିଲା । ସପ୍ତାହନ୍ତରେ ଏହାର ରୋଜଗାର ବଢିବା ପରେ ଏବେ ଏହା ୫୦୦ କୋଟି କ୍ଲବରେ ସାମିଲ ହୋଇଛି ।
ତେବେ ଏହି ଫିଲ୍ମଟି ଭିକି କୌଶଲଙ୍କ ଫିଲ୍ମ କ୍ୟାରିୟରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ହୋଇଥିବା ବେଳେ ରଶ୍ମିକା ଏହା ପୂବରୁ ୫୦୦ କୋଟି କ୍ଲବରେ ସାମିଲ ଥିବା ବ୍ଲକବଷ୍ଟର ଫିଲ୍ମରେ ସାମିଲ ଅଛନ୍ତି । ରଶ୍ମିକାଙ୍କ ଅଭିନୀତ ଫିଲ୍ମ ପୁଷ୍ପା ୨ ଏବଂ ଆନିମଲ ପୂବରୁ ୫୦୦ କୋଟି କ୍ଲବରେ ସାମିଲ ରହିଛି । ଆଉ ଏବେ ନିଜ କ୍ୟାରିୟରରେ ରଶ୍ମିକା ଆଉ ଏକ ମାଇଲଷ୍ଟୋନ ଛିଡା କରିଥିବା ଦେଖିବାକୁ ମିଳିଛି ।