୫୦୦ ଫୁଟ ଉଚ୍ଚ ପାହାଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା …

୫୦୦ ଫୁଟ ଉଚ୍ଚ ପାହାଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା …

ଦୀର୍ଘ ୨୫ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ୫୦୦ ଫୁଟ ଉଚ୍ଚ ପାହାଡରେ ଚତୁର୍ଦ୍ଧାମୂର୍ତି ପ୍ରତିଷ୍ଠା ହୋଇଛନ୍ତି । ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତରେ ଥିବା ୫୦୦ ଫୁଟ ଉଚ୍ଚ ଲବଣଗରି ପାହାଡରେ ନୂତନ ମନ୍ଦିର ସହିତ ଶ୍ରୀଜଗନ୍ନାଥଙ୍କ ଚତୁଦ୍ଧା ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ମହାଯଜ୍ଞ ଗୁରୁବାର ଠାରୁ ଆରମ୍ଭ ହୋଇଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ପାଖାପାଖି ୫୦ ପଣ୍ଡିତ ଆସିଛନ୍ତି । ସେମାନଙ୍କ ମନ୍ତ୍ର ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠୁଛି । ଗୁରୁବାର ଅଙ୍କୁରାରୋପଣ ସହିତ ଦୁଇ ହଜାର ବ୍ରତଧାରୀ ମହିଳା, ପୁରୁଷ ନିକଟବର୍ତୀ ମୁଣ୍ଡଳ ଗ୍ରାମ ପୁଷ୍କରିଣୀରୁ କଳସରେ ଜଳ ଆଣି ଲବଣଗିରି ପୂଜାସ୍ଥଳୀରେ ପହଁଞ୍ଚିଥିଲେ । ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ସହିତ ସଂକୀର୍ତନ କରାଯାଇ ଅଙ୍କୁରାରୋପଣ କାଯ୍ୟ ସମ୍ପନ୍ନ ହୋଇଥିଲା । ଏବଂ ଆସନ୍ତା ୧୧ ତାରିଖ ପଯ୍ୟନ୍ତ ୬ ଦିନ ଧରି ଏହି ଆଧ୍ୟାତ୍ମିକ ଉତ୍ସବ ଅନୁଷ୍ଠିତ ହେବ ।

ଏହି ଐତିହାସିକ ପାହାଡ ଉପରେ ମହାପ୍ରଭୁଙ୍କ ସମେତ ମାଆ ଲକ୍ଷ୍ମୀ , ମାଆ ବିମଳା , ଶ୍ରୀ ହନୁମାନ, ଶ୍ରୀ ଗଣେଷଙ୍କ ମୂର୍ତ୍ତି ଓ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଲବଣଗିରି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉଚ୍ଚତା ପ୍ରାୟ ୫୪ ଫୁଟ ହୋଇଥିବା ବେଳେ ଲବଣେଶ୍ୱର ମହାଦେବଙ୍କ ମନ୍ଦିର ୪୫ ଫୁଟ , ମାଆ ଲକ୍ଷ୍ମୀ , ମାଆ ବିମଳା ଓ ଶ୍ରୀ ହନୁମାନଙ୍କ ମନ୍ଦିର ଉଚ୍ଚତା ୨୭ ଫୁଟ ହେବା ନେଇ ମନ୍ଦିର କର୍ମକର୍ତା କହିଛନ୍ତି । ନିକଟବର୍ତୀ ପାଞ୍ଚଗାଁରୁ ଚିହ୍ନଟ ହୋଇ ଆସିଥିବା ଦାରୁରେ ଚତୁଦ୍ଧାମୂର୍ତିଙ୍କ ବିଗ୍ରହ ନିର୍ମାଣ କରାଯାଇଛି । ସେହିପରି ଖିଚିଂରୁ ମାଆ ଲକ୍ଷ୍ମୀ, ମାଆ ବିମଳା ଏବଂ ହନୁମାନଙ୍କ ମୂର୍ତ୍ତି ମୁଗୁନି ପଥରରେ ପ୍ରସ୍ତୁତ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *