୬ରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଦରଦାମ ବୃଦ୍ଧିକୁ ନେଇ ଲୋକସେବା ଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ବିଜେଡି ନେତା । ଓଡିଶାରେ ବିଜେପି ସରକାର ଗଢିବା ଦିନଠାରୁ ଦରଦାମ ହୁ ହୁ ହୋଇ ବଢିଚାଲିଛି । ଫଳରେ ଖାଉଟିଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । କିନ୍ତୁ ସରକାରଙ୍କ ପଦକ୍ଷେପ ଆଶାନୁରୂପ ହୋଇପାରୁନି । ତେଣୁ ଓଡିଶା ବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ଲଢେଇ ଜାରି ରଖିବୁ ବୋଲି କହିଛନ୍ତି ବିଜେଡି ନେତ।। ଦରଦାମ ନିୟନ୍ତ୍ରଣକୁ ଆଣିବା ପାଇଁ ଦାବି କରିବେ ଏବଂ ଯଦି ଏହା ନହୁଏ ତେବେ ୬ ତାରିଖରେ ପରେ ଓଡିଶାର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବ ।

You can share this post!
author