୬ ମାସ ପରେ ବୁଦ୍ଧି ଶିଖିଲା କି ବିଜେଡି ?

୬ ମାସ ପରେ ବୁଦ୍ଧି ଶିଖିଲା କି ବିଜେଡି ?

୬ ମାସ ପରେ ବୁଦ୍ଧି ଶିଖିଲା କି ବିଜେଡି ? କାହିଁକି ୬ ମାସ ପରେ ଇସିଆଇଙ୍କ ଦ୍ୱାରସ୍ଥ ହେଲେ ବିଜେଡି ରାଜ୍ୟସଭା ସାଂସଦ ? ନିର୍ବାଚନ ଫଳାଫଳ ବାହାରିବାର ସାଢେ ୬ ମାସ ବିତିଯାଇଥିବା ବେଳେ ନୂଆ ସରକାରଙ୍କୁ ୬ ମାସ ପୂରିଗଲାଣି । କିନ୍ତୁ ଏବେ ବିଜେଡି ରାଜ୍ୟସଭା ସାଂସଦ ମାନେ ବିଜେପି ଜାଲିଆତି କରି ନିର୍ବାଚନରେ ଭୋଟ ହାତେଇଥିବା ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିର ଚହଳ ପଡିବା ସହ ଶାସକ ଏବଂ ବିରୋଧୀ ନେତା ମୁହାଁ ମୁହିଁ ହୋଇଛନ୍ତି । ଏବଂ ୬ ମାସ ପରେ ବିଜେଡି କାହିଁକି ଏ ପ୍ରସଙ୍ଗ ଉଠାଉଛି ଏବଂ ଏହା ପଛରେ କିଛି ଉଦ୍ଦେଶ୍ୟ ରହିଛି କି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ବିଜେଡି ଅଭିଯୋଗ ଆଣିଛି ଯେ, ୨୦୨୪ ଲୋକସଭା ଏବଂ ବିଧାନସଭା ଉଭୟ ନିର୍ବାଚନରେ ଭୋଟ ଜାଲିଆତି ହୋଇଛି । ଇସିଆଇ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ତାଳମେଳ ନାହିଁ । ଭୋଟ୍ ଗ୍ରହଣ ସମୟ ପରେ ବି ଇଭିଏମରେ ଭୋଟ ପଡିଥିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ, ତଥ୍ୟ ମିଳୁନଥିବା ନେଇ ଦଳ ଅଭିଯୋଗ କରିଛି। ପାଖାପାଖି ୫୦ ନିର୍ବାଚନମଣ୍ଡଳିରେ ଭୋଟ ଦାନ ସଂଖ୍ୟାରେ ବିଶାଳ ତାରତମ୍ୟ ଦେଖିବାକୁ ମିଳିଛି । ଯାହାକି ନିର୍ବାଚନରେ ଏକ ବଡ ଧରଣର ଜାଲିଆତି ବୋଲି କୁହାଯାଇଛି । ସବୁଠୁ ବଡ କଥା ହେଲା ଏଡିଆର ରିପୋର୍ଟରେ ମଧ୍ୟ ଭୋଟର ସଂଖ୍ୟା ଓ ଭୋଟ ହାରକୁ ନେଇ ପ୍ରଶ୍ନ ଉଠିଛି। ଏସବୁ ପ୍ରସଙ୍ଗରେ ବିଜେଡି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *