କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତ କୁଟିଆକନ୍ଦ ତୁର୍କା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କୁଟିଆ କନ୍ଧ ମହିଳାଙ୍କ ୧୨ ଘଣ୍ଟା ଧରି ପ୍ରସବ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଥିଲା।ଖରାପ ରାସ୍ତା ଯୋଗୁଁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ୮ କିଲୋମିଟର ଚାଲିକି ଆସିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ରାତିରୁ ଗାଁର କାଳିଆ ମାଝୀଙ୍କ ସ୍ତ୍ରୀ ଅଞ୍ଜଳୀ ମାଝୀ ପ୍ରସବ ଯନ୍ତ୍ରଣାରେ କଷ୍ଟ ପାଉଥିଲେ ବି ଆମ୍ବୁଲାନ୍ସ ନଯିବାରୁ ଚାଲି ଚାଲି ଆସିଲେ । ଏଭଳି ଏକ ଘଟଣା ପୁରା ଅଞ୍ଚଳର ଜରୁରୀ ଆବଶ୍ୟକତାର ଘୋର ଅଭାବକୁ ସ୍ପଷ୍ଟ କରୁଛି
