
ବଢିଲା ବଲିଉଡ କିଙ୍ଗ ଶାହାରୁଖ ଖାନଙ୍କ ସୁରକ୍ଷା । ବାରମ୍ବାର ଧମକ ପରେ ଧମକ ପାଇବା ପରେ ମହାରାଷ୍ଟ୍ର ସରକାର ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।ତେବେ କେତୋଟି ଧମକ କିଙ୍ଗ ଖାନଙ୍କୁ ମିଳିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ମହାରାଷ୍ଟ୍ର ପୋଲିସ ।ଏବେ ଶାହାରୁଖ ୱାଇ ପ୍ଲସ ସୁରକ୍ଷା ପାଇବା ପରେ ରାଜ୍ୟରେ ତାଙ୍କ ଗସ୍ତ ସମୟରେ ୧୧ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିବେ । ଯେଉଁଥିରେ ୬ ଜଣ କମାଣ୍ଡୋ, ୪ ଜଣ ପୁଲିସ କର୍ମଚାରୀଙ୍କ ସହିତ ଜଣେ ଟ୍ରାଫିକ କ୍ଲିଅରେନ୍ସ ପାଇଁ ରହିବେ । ଏହି ସୁରକ୍ଷାକର୍ମୀ ଶାହାରୁଖଙ୍କ ବାସଭବନ ମନ୍ନତ ବାହାରେ ନିୟୋଜିତ ହୋଇଛନ୍ତି । ୨୦୧୦ରେ ମାଇଁ ନେମ୍ ଇଜ୍ ଖାନ୍ ମୁଭି ରିଲିଜ ପରେ ଶାହାରୁଖଙ୍କ ସୁରକ୍ଷା ବଢିଚାଲିଛି ।