ଜାଲରେ ଏକ ବିରଳ ପ୍ରଜାତିର ପକ୍ଷୀ

ଜାଲରେ ଏକ ବିରଳ ପ୍ରଜାତିର ପକ୍ଷୀ

ବୌଦ୍ଧ ବ୍ଲକ ମନମୁଣ୍ଡା ରେଞ୍ଜ କୁମରକାନୀ ଗ୍ରାମରେ କିଛି ଅସାଧୁ ପକ୍ଷୀ ଶିକାରୀ ଜାଲ ପକାଇ ଦେଇଥିଲେ l ରାତିରେ ଏକ ବିରଳ ପ୍ରଜାତିର ପକ୍ଷୀ ଜାଲରେ ଲାଗିଥିବା ତାଳପଦର ଗ୍ରାମର ସ୍ବେଛାସେବୀ ଆଶୁତୋଷ ହୋତା ଦେଖିବାକୁ ପାଇଥିଲେ l ଗ୍ରାମର ନରହରି ଜାଲ ଓ ସ୍ବେଛାସେବୀ ଉଭୟ ମିଶି କଇଁଚି ଓ ବ୍ଲେଡ ସାହାଯ୍ୟରେ ଜାଲ କୁ କାଟି ବିରଳ ପକ୍ଷୀ କୁ ଉଦ୍ଧାର କରି ପାଣି ପିଆଇ ଛାଡି ଦେଇଥିଲେ l ବିରଳ ପକ୍ଷୀ ଟି ପାଣି ପିଇ ଜୀବନ ପାଇଥିଲା l ଏହାପରେ ପକ୍ଷୀଟି ଉଡି ଉଡି ଚାଲି ଯାଇଥିବା ଦେଖିବାକୁ ମିଳିଛି l ତେବେ ଏଭଳି ମହତ କାର୍ଯ୍ୟ ପାଇଁ ଅଞ୍ଚଳରେ ସ୍ବେଛାସେବୀ ଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି l ଏହା ସହିତ ଜାଲ ବିଛାଇ ଥିବା ପକ୍ଷୀ ଶିକାରୀଙ୍କ ଉପରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି l

author

Related Articles

Leave a Reply

Your email address will not be published. Required fields are marked *