ଗଜପତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ୍.ଆନନ୍ଦଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଅପରାହ୍ନ ସମୟରେ ମୋହନା ବନାଞ୍ଚଳ ଅଧିକାରୀ ଶ୍ରୀ ଲକ୍ଷ୍ମୀପ୍ରସାଦ ବିଷୋୟୀଙ୍କ ତତ୍ତ୍ଵାବଧାନରେ ବନ ବିଭାଗ କର୍ମଚାରୀମାନେ ଅଡ଼ବା ବନାଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଘଞ୍ଚ ଜଙ୍ଗଲ ମଧ୍ୟରୁ ୧୪ଟି ମୂଲ୍ୟବାନ କାଠ ଗଣ୍ଡି ଜବତ କରିଛନ୍ତି। ସେଥିମଧ୍ୟରୁ ୧୧ଟି ଶାଗୁଆନ୍ ଓ ୩ଟି କଶି କାଠ ଗଣ୍ଡି ରହିଛି। ଯାହାର ଅନୁମାନିକ ବଜାର ମୂଲ୍ୟ ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ମୋହନା ବନାଞ୍ଚଳ ଅଧିକାରୀ ଶ୍ରୀ ବିଷୋୟୀ କହିଛନ୍ତି ।ସୂଚନା ପ୍ରକାରେ, ମୋହନା ବ୍ଲକ ଅନ୍ତର୍ଗତ ଡମ୍ବଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ ତଥା ଅଡ଼ବା ବନାଞ୍ଚଳର ସୀମାନ୍ତବର୍ତ୍ତୀ ଖାରିଚୁଆ ଘଞ୍ଚ ଜଙ୍ଗଲ ଭିତରେ ମୂଲ୍ୟବାନ କାଠଗଣ୍ଡି ଗୁଡ଼ିକୁ ମାଫିଆମାନେ ଲୁକ୍କାୟିତ ଭାବେ ରଖିଥିଲେ। ସମୟ ସୁବିଧା ଦେଖି ଚ଼ାଲାଣ କରିଥାନ୍ତେ। କିନ୍ତୁ ବନ ବିଭାଗର ପେଟ୍ରୋଲିଙ୍ଗ୍ ଫଳରେ ଶାଗୁଆନ୍ ଓ କଶି କାଠଗଣ୍ଡି ଗୁଡିକୁ ଜବତ କରିବାରେ ବିଭାଗ ସଫଳ ହୋଇଥିଲେ। ଏହି କାଠଗଣ୍ଡି ଜବତ କରିବାରେ ଅଡ଼ବା ବନପାଳ ସନ୍ତୋଷ ପାଣିଗ୍ରାହୀ, ମୋହନା ବନପାଳ ଦେବାଶିଷ୍ ଶତପଥୀ, ଲକ୍ଷ୍ମୀକାନ୍ତ ପାତ୍ର,ବନରକ୍ଷୀ ଗଙ୍ଗାଧର ଭୂୟାଁ ,ବନ୍ଧିଆ ଗମାଙ୍ଗ, ରାଜକିଶୋର ସାହୁ, ଦମୟନ୍ତି ଗୌଡ଼ଙ୍କ ସମେତ ଜଙ୍ଗଲ ସୁରକ୍ଷା ବାହିନୀର ସମସ୍ତ କର୍ମଚ଼ାରୀ ସାମିଲ ଥିଲେ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025