ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ନେତା ମନ୍ତ୍ରୀମାନେ । ନିଜ ନିଜର ସମରସଜ୍ଜା ପ୍ରସ୍ତୁତ କଲେଣି ଆଶାୟୀ ପ୍ରାର୍ଥୀ । କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀରେ ଦେଖାଗଲାଣି ରାଜନୈତିକ ଉଷ୍ମତା । ବଦ୍ରି ନିରଞ୍ଜନ ପାଇଁ ବେଶ ଚର୍ଚ୍ଚିତ ଏହି ଆସନ । କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରନ୍ତି ଆଉ ତାଙ୍କୁ ଟକ୍କର ଦେଇଥାନ୍ତି ବିଜେଡିର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର । ପୂର୍ବରୁ ଲଗାତାର ଭାବେ କଂଗ୍ରେସରୁ ନିରଞ୍ଜନ ପଟ୍ଟନାୟକ ଜିତି ଆସୁଥିଲେ କିନ୍ତୁ 2009 ମସିହାରୁ ବଦଳିଥିଲା ଘସିପୁରାର ନିର୍ବାଚନୀ ପାଣିପାଗ । ସେବେଠାରୁ ବଦ୍ରି ନିରଞ୍ଜନଙ୍କ ମଧ୍ୟରେ ହୋଇ ଆସୁଛି ଲଢେଇ । ପ୍ରତିଥର ବାଜି ମାରୁଛନ୍ତି ବିଜେଡିର ବଦ୍ରି ନାରାୟଣ ପାତ୍ର । ଲଗାତାର ଭାବେ ଏଠାରୁ ସେ ଜିତି ଆସୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆସନ୍ତା ନିର୍ବାଚନରେ ଘଷିପୁରାରେ ପୁଣିଥରେ ବଦ୍ରି ନିରଞ୍ଜନ ଲଢେଇ ହେବ ?ନା ଘଷିପୁରାରେ ହେବ ନୂଆ ଚେହେରାଙ୍କ ମଧ୍ୟରେ ଲଢେଇ ?

You can share this post!
author
Related Articles
ବିବାଦର ପାଚେରୀ ଭିତରେ ମନମୋହନ ସାମଲ !
- June 6, 2025
ପ୍ରଭାତୀଙ୍କ ଗୁମର ଖୋଲିଲେ ସମୀର…
- June 6, 2025
ନିମାପଡାରେ ନବୀନଙ୍କୁ ଟେକିଲେ ସମୀର …
- June 6, 2025