25ରେ ଆସୁଛି ଏକ ବଡ ବାତ୍ୟା

25ରେ ଆସୁଛି ଏକ ବଡ ବାତ୍ୟା

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା 25 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । କିନ୍ତୁ ସେହି ସମୟରେ ଓଡିଶାକୁ ବାତ୍ୟା ଭୟ ଘାରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଚଳିତ ବର୍ଷର ପ୍ରଥମ ବାତ୍ୟା । ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ପାଣିପାଗ ବିଶେଷଜ୍ଞ । ୨୦ରୁ ୨୧ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମୁଦ୍ରରେ ଏହା ବଳ ଗୋଟାଇବା ସହ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।  ପରେ ଏହା ଲଘୁଚାପର ରୂପ ନେଇ ଅଧିକ ଘନିଭୂତ ହେବା ସହ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ । ତେବେ ବାତ୍ୟା ନେଇ ବର୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ସ୍ପଷ୍ଟ ସୂଚନା ମିଳିପାରିବ ।

author

Related Articles

Leave a Reply

Your email address will not be published. Required fields are marked *