5ଟି ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

5ଟି ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବିକାଶ ଦିଗରେ ଆହୁରି ସଶକ୍ତ ହେଉଛି ଓଡିଶା । ଆଜି ରାଜ୍ୟରେ 5ଟି ମେଡିକାଲ କଲେଜ ଓ ହସ୍ପିଟାଲକୁ ଭର୍ଚ୍ଚୁଆଲ ମାଧ୍ୟମରେ ଇଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚ୍ଚୁଆଲ ମାଧ୍ୟମରେ ସୁନ୍ଦରଗଡ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ ପରିସରରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ୫ ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ୍ କଲେଜକୁ ଆଧୁନିକ ଭିତିଭୂମିରେ ନିର୍ମାଣ କରାଯାଇଛି । ଏବେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ଜନସାଧାରଣ ଉନ୍ନତମାନର ଚିକିତ୍ସା ସେବା ପାଇ ପାରିବେ । ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲା ସହିତ ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟର ଲୋକମାନେ ମଧ୍ୟ ଉପକୃତ ହେବେ ।

author

Related Articles

Leave a Reply

Your email address will not be published. Required fields are marked *