କଣ ସତରେ 50 ହଜାର ଟଙ୍କା ତଳକୁ ଖସି ଆସିବ କି ସୁନା ଦର ? ଆଉ ମହଙ୍ଗା ନୁହେଁ କଣ ଏତେ ଶସ୍ତାରେ ଲୋକେ ସୁନା କିଣିପାରିବେ କି ? ଦର୍ଶକବନ୍ଧୁ ସୁନା ରେଟକୁ ନେଇ ଗଣମାଧ୍ୟମରେ ଏବେ ଏମିତି କିଛି ଚର୍ଚ୍ଚା ଚାଲିଛି । କୁଆଡେ ଆକାଶ ଛୁଆଁ ଥିବା ସୁନା ଦର ଏବେ ତଳ ମୁହାଁ ହେବାକୁ ଯାଉଛି । ଏକଦା 10 ଗ୍ରାମ ପ୍ରତି 90 ହଜାର ପାର ହୋଇଥିବା 24 କ୍ୟାରେଟ ସୁନା ଦର ଆଗକୁ 56 ହଜାରକୁ ଖସିଯିବ ବୋଲି ଆକଳନ କରିଛି ଆମେରିକାର ଆର୍ଥିକ ସେବା ସଂସ୍ଥା ମର୍ଣ୍ଣିଂ ଷ୍ଟାର । ଯାହାକୁ ଶୁଣିବା ପରେ ସାଧାରଣତଃ ଗ୍ରାହକଙ୍କ ମଧ୍ୟରେ ଏକପ୍ରକାର ଇତ୍ସୁକତା ଦେଖାଦେଇଛି । ଏପଟେ ଗଲା ଦୁଇ ଦିନ ଭିତରେ ସୁନା ଦର ପ୍ରାୟ ଅଢେଇ ହଜାର ଟଙ୍କା କମି ରେଟ୍ ଖସୁଥିବାରୁ ଏହାକୁ ନେଇ ବେଶ୍ ଖୁସି ଉଭୟ ଗ୍ରାହକ ଓ ବ୍ୟବସାୟୀ। ବର୍ତ୍ତମାନର ଗବେଶଣା ଅନୁଯାୟୀ କୁହାଯାଉଛି କି ହୁ ହୁ ହୋଇ ବଢୁଥିବା ସୁନା ଦରରେ ବ୍ରେକ ଲାଗିପାରେ । ଖାଲି ସେତିକି ନୁହେଁ, ଆଗାମୀ ଦିନରେ ଆହୁରି ଶସ୍ତା ହେବାକୁ ଯାଉଛି ସୁନା। ଆଗକୁ ସୁନା ଦରରେ ଅହେତୁକ ମୂଲ୍ୟ ହ୍ରାସ ନେଇ ଆକଳନ କରିଛି ଆମେରିକୀୟ ଆର୍ଥିକ ସେବା ସଂସ୍ଥା ମର୍ଣ୍ଣିଂ ଷ୍ଟାର। ଏହି ସଂସ୍ଥାର ପୂର୍ବାନୁମାନ ଅନୁସାରେ ଖୁବଶୀଘ୍ର ସୁନା ଦର ୫୬ ହଜାରକୁ ଖସିବ। ମର୍ଣ୍ଣିଂ ଷ୍ଟାରର ବଜାର ବିଶେଷଜ୍ଞ ଜନ ମିଲ୍ସଙ୍କ ମତ ଅନୁସାରେ, ଆଗାମୀ କିଛି ବର୍ଷ ମଧ୍ୟରେ ସୁନା ମୂଲ୍ୟ ୩୮ ପ୍ରତିଶତ ହ୍ରାସ ଘଟିବ। ଭାରତୀୟ ମୁଦ୍ରା ହିସାବରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୫-୫୬ ହଜାର ଟଙ୍କା ମଧ୍ୟରେ ରହିବ। ତେବେ ଆମେରିକା ସଂସ୍ଥାର ଆକଳନ ପରେ ସାଧାରଣତଃ ଭାରତୀୟଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଦେଖାଦେଇଛି ।

You can share this post!
author