ଏଣିକି ଚାଲାଣ କାଟିପାରିବେନି ଟ୍ରାଫିକ ASI | ଗାଡ଼ି ଚାଳକଙ୍କ ଠାରୁ କୌଣସି ଚାଲାଣ କିମ୍ବା ଜରିମାନା ଆଦାୟ କରିପାରିବେନି ଟ୍ରାଫିକ୍ ASI । ଟ୍ରାଫିକ ASIଙ୍କ ଦ୍ୱାରା ଯେଉଁ ଇ-ଚାଲାଣ ଓ ଜରିମାନା ଆଦାୟ ନିଷ୍ପତ୍ତି ହୋଇଥିଲା, ତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରତ୍ୟାହାର କରିନେଇଛି। ପୂର୍ବରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ନିୟମ ଉଲ୍ଲଂଘନ ପାଇଁ ଟ୍ରାଫିକ ASI ମାନେ ମଧ୍ୟ ଜରିମାନା ଆଦାୟ ଓ ଇ-ଚାଲାଣ କାଟିପାରିବେ । ଗତ ସେପ୍ଟେମ୍ୱର ୧୩ରେ ରାଜ୍ୟ ପରିବହନ ପ୍ରାଧିକରଣ(STA) ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲା । ତେବେ ଗତକାଲି ଏହାକୁ ପ୍ରତ୍ୟାହାର କରାଯାଇଥିବା ଉଲ୍ଲେଖ କରି, ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖା ଯାଇଛି।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025