ନୂଆବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ନନ୍ଦନକାନନକୁ ଆସିବେ ଏକ ହଳ ଚିତାବାଘ । ଚିତାବାଘ ହେଉଛି ବିଶ୍ୱର ସବୁଠୁ ଦ୍ରୁତଗାମୀ ଜୀବ । ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ଚିତାବାଘ ଦୌଡ଼ିପାରେ । ଦୁବାଇ ନ୍ୟାସନାଲ ପାର୍କରୁ ଏକ ହଳ ଚିତାବାଘ ଅଣାଯିବା ଲାଗି ଯୋଜନା ହୋଇଛି ।ଜାନୁଆରୀରୁ ଫେବ୍ରୁଆରି ମାସ ମଧ୍ୟରେ ଚିତାବାଘ ଆଣିବା ଲାଗି ନିଷ୍ପତ୍ତି ହୋଇଛି । ସେହିଭଳି ପୁନେ ଚିଡ଼ିଆଖାନାରୁ ନନ୍ଦନକାନନକୁ ଜିରଫା ଆଣିବା ଲାଗି ଯୋଜନା ଚାଲିଥିବା ସୂଚନା ମିଳିଛି । ୨୦୧୨ ମସିହାରେ ସେପ୍ଟେମ୍ବର ୧୧ ତାରିଖରେ ପାଟନାରୁ ଅଣାଯାଇଥିବା ଏକମାତ୍ର ଜିରାଫ ଖୁସି ଏବେ ନନ୍ଦନକାନନରେ ଅଛି ।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025