ନିର୍ବାଚନ ପୂର୍ବରୁ ଭୋଟ ପାଇବାର ଅଙ୍କ କଶୁଛି ବିଜୁ ଜନତା ଦଳ । ଯୋଜନା ପରେ ଯୋଜନା କରି ଲୋକାଭିମୁଖୀ ହେଉଛି ବିଜେଡି । ଆମ ବସଷ୍ଟାଣ୍ଡ ଯୋଜନାରେ ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ବିଭିନ୍ନ ଅଞ୍ଚଳର ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳର ରାସ୍ତା, ବସଷ୍ଟାଣ୍ଡର ଉନ୍ନତିକରଣ, ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ବିଭିନ୍ନ ଅଞ୍ଚଳର ଲୋକ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୫ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ଯେଉଁ ମଧ୍ୟରୁ ୨୩ଟି ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

You can share this post!
author
Related Articles
ବିବାଦର ପାଚେରୀ ଭିତରେ ମନମୋହନ ସାମଲ !
- June 6, 2025
ପ୍ରଭାତୀଙ୍କ ଗୁମର ଖୋଲିଲେ ସମୀର…
- June 6, 2025
ନିମାପଡାରେ ନବୀନଙ୍କୁ ଟେକିଲେ ସମୀର …
- June 6, 2025