ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇପାରେ ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ୩ଦିନ ତଳେ ଉଭୟ ବିଜେପି ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ, ମାତ୍ର ଆଜିର ରାଜନୀତିକ ଗତିବିଧି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଆଜି ବିଜେପି ନେତାମାନଙ୍କୁ ଅଚାନକ ଦିଲ୍ଲୀ ଡକା ଯାଇଥିବାବେଳେ ବିଜେଡି ନେତାମାନଙ୍କୁ ନବୀନ ନିବାସ ଡକାଯାଇଛି। ନିର୍ବାଚନୀ ରଣନୀତି ପ୍ରସଙ୍ଗରେ ଉଭୟ ଦଳର ବରିଷ୍ଠ ନେତାମାନେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି । ବିଜେଡି ଓ ବିଜେପିରେ ଚାଲିଥିବା ଏହି ରାଜନୀତିକ ଘଟଣାକ୍ରମ ରାଜ୍ୟରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚାକୁ ଅଧିକ ବଳ ଯୋଗାଇଛି । ଆସନ୍ତା ୩-୪ ଦିନ ମଧ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚାର ପ୍ରକୃତ ରୂପରେଖ ପଦାକୁ ଆସିବ ବୋଲି ସୂଚନା ମିଳିଛି ।

You can share this post!
author
Related Articles
କାହାକୁ ଛାଡିବେନି ନବୀନ !
- June 7, 2025
ନେତା ଡକାଇଲେ ସମୀର…
- June 7, 2025