ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳମାନଙ୍କର ବୈଠକ ପରେ ବୈଠକ ବସି ଚାଲିଛି । ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଆଜିର ବୈଠକରେ ଓଡ଼ିଶା, ଉତରପ୍ରଦେଶ, ପଶ୍ଚିମବଂଗ ଲୋକସଭା ଆସନ ନେଇ ଆଲୋଚନା ହେବ । ଏହା ସହ ଆଉ କିଛି ରାଜ୍ୟର ଆସନ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ସାମିଲ ହେବେ । ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ପାଇଁ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିଲା । ତେଣୁ ଆଜିର ବୈଠକ ଉପରେ ନଜର ରହିଛି ।

You can share this post!
author
Related Articles
ବିବାଦର ପାଚେରୀ ଭିତରେ ମନମୋହନ ସାମଲ !
- June 6, 2025
ପ୍ରଭାତୀଙ୍କ ଗୁମର ଖୋଲିଲେ ସମୀର…
- June 6, 2025
ନିମାପଡାରେ ନବୀନଙ୍କୁ ଟେକିଲେ ସମୀର …
- June 6, 2025