ସାମ୍ନାକୁ ଆସିଲା ଅନୁଭବ ମହାନ୍ତିଙ୍କ ଭିନ୍ନ ଅବତାର । ବିଜେପିରେ ଯୋଗଦେବା ପରେ ଅଭିନେତା ଅନୁଭବ ମହାନ୍ତିଙ୍କ ଭିନ୍ନ ଅବତାର ସାମ୍ନାକୁ ଆସୁଛି । ହନୁମାନ ଜୟନ୍ତୀ ପୂର୍ବରୁ ଗାଇଲେ ହନୁମାନ ଚାଳିଶା । ଅନୁଭବ ମହାନ୍ତି ହନୁମାନ ଚାଳିଶା ଗାଉଥିବାର ଏକ ନୂଆ ଭିଡିଓ ରିଲିଜ୍ ହୋଇଛି । ସୋନି ମ୍ୟୁଜିକ୍ ଏହି ମ୍ୟୁଜିକ୍ ଭିଡିଓକୁ ରିଲିଜ୍ କରିଛନ୍ତି । ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି । ପୂର୍ବରୁ ହନୁମାନ ଚାଳିଶା ଗୀତର ପୋଷ୍ଟର ରିଲିଜ୍ କରି ଜୟ ଶ୍ରୀରାମ ଲେଖି ପୋଷ୍ଟ ସେୟାର କରିଥିଲେ ଅନୁଭବ । ବିଜେପିରେ ମିଶିବା ପରେ ଅନୁଭବଙ୍କ ଠାରେ ହିନ୍ଦୁତ୍ୱର ଛାପ ଦେଖିବାକୁ ମିଳୁଛି ।

You can share this post!
author
Related Articles
ହଠାତ୍ ବାହାରିଲେ ନବୀନ
- June 7, 2025
ବଢୁଛି ଧର୍ମେନ୍ଦ୍ରଙ୍କ ଅଡୁଆ
- June 7, 2025
ସୁବର୍ଣ୍ଣପୁର ଯିବେ ମୋହନ
- June 7, 2025