ଦିଲ୍ଲୀର ମଦ ଦୁର୍ନୀତି ମାମଲା ଓ ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ଏବଂ ସେ ଜେଲରେ ଅଛନ୍ତି । ଦିଲ୍ଲୀ ହାଇକୋର୍ଟ ଏପ୍ରିଲ ୯ତାରିଖରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଏଥିରେ ଆଜି ତାଙ୍କୁ ଆଶ୍ୱସ୍ତି ମିଳୁଛି କି ନାହିଁ ତାହା ଉପରେ ନଜର ରହିଛି । ବାସ୍ତବରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଦେଇ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ବୈଧ ବୋଲି ଘୋଷଣା କରି କହିଥିଲେ ଯେ ବାରମ୍ବାର ସମନ ସତ୍ତ୍ୱେ ତଦନ୍ତରେ ଯୋଗ ଦେବାକୁ ମନା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା ।ଏଣୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025