ଖୁବଶୀଘ୍ର ଘୋଷଣା ହେବ ବିଜେପିର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା

ଖୁବଶୀଘ୍ର ଘୋଷଣା ହେବ ବିଜେପିର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା

ନିର୍ବାଚନକୁ ଦିନ କେଇଟା ବାକିଥିବାବେଳେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ରାଜନୈତିକ ଦଳମାନଙ୍କର ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା ହୋଇନାହିଁ । ବିଜେପି ସମସ୍ତ ଲୋକସଭା ଏବଂ ୧୩୧ ବିଧାନସଭା ପାଇଁ ଟିକେଟ ଘୋଷଣା କରିସାରିଥିବା ବେଳେ ବାକି ୧୬ ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ । ଖୁବଶୀଘ୍ର ଘୋଷଣା ହେବ ବିଜେପିର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ ତାଲିକା ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଭୁବନେଶ୍ୱରେ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି ଦୁଇରୁ ତିନି ଦିନ ମଧ୍ୟରେ ବାକି ଥିବା ଆସନ ପାଇଁ ଟିକେଟ ଘୋଷଣା ହେବ । ଆଉ ବିଜେପିରେ ବହୁ ବଡ଼ ବଡ ନେତା ସାମିଲ ହେବେ ।

author

Related Articles

Leave a Reply

Your email address will not be published. Required fields are marked *