ଏବେବି ରହିଛି ନବୀନଙ୍କ କ୍ରେଜ୍..

ଏବେବି ରହିଛି ନବୀନଙ୍କ କ୍ରେଜ୍..

ବିଜେଡ଼ି ହାରିଲା ସରକାର ଭାଙ୍ଗିଲା ନବୀନଙ୍କ ଗାଦି ଗଲା ସୁବିଧା ଗଲା କିନ୍ତୁ କ୍ରେଜ କମିଲା ନାହିଁ। ହଁ ଦର୍ଶକ ବନ୍ଧୁ ପରାଜୟ ପରେ ବି ରହିଛି ନବୀନ ପଟ୍ଟନାୟକଙ୍କର କ୍ରେଜ। ଗଲା କିଛି ଦିନ ଧରି ବିଜେଡ଼ି ନେତାଗଣ ଦଳ ଓ ଗଡ କାହିଁକି ହାରିଲା ବା ଭାଙ୍ଗିଲା ତା ଉପରେ ଘନ ଘନ ନବୀନ ନିବାସ ଯାଇ ବୈଠକ କରି ଆଲୋଚନା କରୁଥିବା ବେଳେ ନେତା ମନ୍ତ୍ରୀ ମିଡ଼ିଆ ସମୁଖରେ ଶାନ୍ତ ରହୁଥିଲେ । କନିଷ୍ଠ ରୁ ବରିଷ୍ଠ ସଭିଙ୍କ ମୁଁହ କଳା କାଠ ପଡିଯାଇଥିଲା। ହେଲେ ଏହାରି ଭିତରେ ଗତକାଲି କିନ୍ତୁ କିଛି ନୂଆ ଦୃଶ୍ୟ ଦେଖିବାକୁ ମିଳିଛିା ଯାହା ଆପଣ ଦେଖିଲେ ମଧ୍ୟ ଖୁସି ଓ ଆଶ୍ଚଯ୍ୟ ହୋଇଯିବେ । ହଁ ଦର୍ଶକ ବନ୍ଧୁ ପରାଜୟ ଦିନଠୁ ଖାଁ ଖାଁ ରହିଥିବା ବିଜେଡ଼ିର କାର‌୍ୟ୍ୟାଳୟ ଶଙ୍ଖ ଭବନ କାଲି କିନ୍ତୁ ବେଶ ଚଳଚଞ୍ଚଳ ଥିଲା । ଆଉ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଲାଗିଥିଲା ଲମ୍ବା ଲାଇନ୍। ଖାଲି ସେତିକି ନୁହେଁ ପରଜୟ ବରଣ ପରେ ଚୁପ୍ ରହିଥିବା ନେତା କାଲିଠାରୁ ବିରୋଧି ଦଳର ନେତା ବାଛିବା ସାଙ୍ଗକୁ ଆକ୍ସନ ମୁଡକୁ ଆସିଗଲେଣି ।

author

Related Articles

Leave a Reply

Your email address will not be published. Required fields are marked *