ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ମାରିଭଟା ଗ୍ରାମ ନିକଟରେ ଜବତ କାଠ ବଝେଇ ଗାଡି ଜବତ ହୋଇଛି ସୂଚନା ଥାଉକି । ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଏରିଆ ମଧ୍ୟରେ କିଚିଖାଲ ଗ୍ରାମ ରୁ ମାରିଭଟା ଗ୍ରାମ କୁ ଯିବା ରାସ୍ତାରେ ସକାଳ ଏକ ଗାଡ଼ି ରେ ସାଇଜ୍ କାଠ ବୋଝେଇ ହୋଇ ଏକ ବୋଲେରୋ ପିକପ୍ ଭେନ୍ ରେ ବେଆଇନ୍ ଭାବେ କାଠ ଚାଲାଣ ବେଳେ ଟିକିରି ରେଞ୍ଜର ଶ୍ରୀ ଅନୀଲ ପାଣିଗ୍ରାହି ଙ୍କ ନେତୃତ୍ଵ ରେ , ଲେଲିଗୁମା ଫରେଷ୍ଟର ଶ୍ରୀ ୟେରକାନ ଶବର, ଶଙ୍କର ଅଡା ଫରେଷ୍ଟର ଶ୍ରୀ ଗୌତମ କୁମାର ପଣ୍ଡା ଓ ବନରକ୍ଷୀ ଖଗ ମାଝି, ଜଗତମହୋନ ସାହୁ, ଓ ରେଞ୍ଜ ସ୍କ୍ୱାର୍ଡ କର୍ମଚାରି ମହିଳା ବନରକ୍ଷୀ ସବିତା କୁଟ୍ରୁକା, ବି ଥିଲେ ବୋଲି ସୂଚନା ମିଳିଛି । ଦିବାରାତ୍ରି ରାତ୍ରି ପେଟ୍ରଲିଂ ସମୟ ରେ ରାତ୍ର ପ୍ରାୟ 2 ଟା ରେ କାଠ ସହ ପିକ ଅପ୍ ଭେନ ଓ କାଠ ଚାଲାନ ରେ ସଂପ୍ରୁକ୍ତ ଓ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛନ୍ତି। ସେମାନେ ହେଲା ଗୋପାଳ ଚନ୍ଦ୍ର ନାଏକ ତାଙ୍କ ଗ୍ରାମ ହେଲା ବଡ ମାରିଭଟା ହେଇଥିବା ବେଳେ ଅନ୍ୟ ଜଣ ହେଲା ସୁଶାନ୍ତ ଟାକିରି ତାଙ୍କ ନିଜ ଘର ପଞ୍ଚାଳି ଗ୍ରାମ ବୋଲି ସୂଚନା ମିଳିଛି। ସେହି କାଠ ର ହାରାହାରି ମୂଲ୍ୟ ୫୦.୦୦୦ଟଙ୍କା ହେବ ବୋଲି ରେଞ୍ଜର କହିଛନ୍ତି।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025