ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆସିଲା ଏକ ବଡ ଅପଡେଟ । ସାରା ବିଶ୍ୱରେ କମିଲା ମୋଦିଙ୍କ ଲୋକପ୍ରିୟତା । ଗତ ବର୍ଷ ତୁଳନାରେ ମୋଦିଙ୍କ ଲୋକପ୍ରିୟତାରେ ୭ ପ୍ରତିଶତ ରେଟିଂ କମିଥିବାର ସୂଚନା ମିଳିଛି । ଯେଉଁଥିରୁ ମୋଦି ଧୀରେ ଧୀରେ ଲୋକଙ୍କ ଭରସା ହରାଉଥିବା ନଜର ଆସୁଛି । ତେବେ ଗତ କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନମ୍ବର ୱାନ ନେତା ଭାବେ ପରିଗଣିତ ହେଉଥିଲେ । ଏପରିକି ଆମେରିଆ ରୁଷିଆ ଭଳି ବଡ ବଡ ଦେଶର ନେତାମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛରେ ପକାଇ ଦେଉଥିଲେ । ଦେଶର ଉନ୍ନତି ପାଇଁ ତାଙ୍କ ଅବଦାନ ଏବଂ ଲୋକାଭିମୁଖୀ କାଯ୍ୟ ପାଇଁ ତାଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଥିଲା । କିନ୍ତୁ ଚଳିତ ନିବାଚନ ପରେ ତାଙ୍କ ଲୋକପ୍ରିୟତା ଧୀରେ ଧୀରେ ତଳକୁ ଖସୁଥିବା ନଜର ଆସୁଛିା କେବଳ ମୋଦି ନୁହଁନ୍ତି ମୋଦିଙ୍କ ରାଜନୈତିକ ଦଳ ବିଜେପି ମଧ୍ୟ ଧୀରେ ଧୀରେ ଦେଶରେ ଲୋକପ୍ରିୟତା ହରାଉଛି । ଗତ ନିବାଚନ ଅପେକ୍ଷା ଚଳିତ ନିବାଚନରେ ବିଜେପି ଅଧିକ ସିଟ୍ରୁ ପରାଜିତ ହୋଇଛି । ଏବଂ କେବଳ ସହଯୋଗୀ ଦଳର ସାହାଯ୍ୟ ପାଇଁ ବିଜେପି ଚଳିତ ଥର କେନ୍ଦ୍ରରେ ସରକାର ଗଢିବାରେ ସଫଳ ହୋଇଛି । ଯେଉଁଥିରୁ ବିଜେପି ଉପରୁ ଲୋକେ ଭରସା ତୁଟାଉଥିବା କୁହାଯାଉଛି । ତେବେ ଏବେ ବି ମୋଦି ବିଶ୍ୱର ସମସ୍ତ ନେତାଙ୍କ ଆଗରେ ରହିଛନ୍ତି । କିନ୍ତୁ ମୋଦିଙ୍କୁ ଗତବର୍ଷ ତୁଳନାରେ ୭ ପ୍ରତିଶତ ଡିସଆପ୍ରୁଭାଲ ମିଳିଥିବା ସୂଚନା ରହିଛିା ତେବେ ପ୍ରତିବର୍ଷ ଏହି ଲିଷ୍ଟ ଜାରି କରାଯାଉଥିବା ବେଳେ ମୋଦି ଆଗରେ ରହୁଥିଲେ । କିନ୍ତୁ ଯଦି ଚଳିତ ବର୍ଷ ଭଳି ମୋଦିଙ୍କ ଲୋକପ୍ରିୟତା କମିବାରେ ଲାଗେ ତେବେ ସେ ଅନ୍ୟ ନେତାଙ୍କ ଠାରୁ ପଛରେ ରହିଯିବେ ବୋଲି ସେଥିରେ ସନ୍ଦେହ ନାହିଁ । କାରଣ ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ପ୍ରେସିଡେଣ୍ଟ ଆଣ୍ଡ୍ରେସ ମାନୁଅଲ ଲୋପେଜ ଓବ୍ରାଡର ରହିଛନ୍ତି । ଏବଂ ମୋଦିଙ୍କ ତୁଳନାରେ ମାତ୍ର ୬ ପ୍ରତିଶତ ରେଟିଂ ତଳକୁ ରହିଛନ୍ତି । ତେବେ ଦେଖାଯାଉ ଆଗକୁ ମୋଦିଙ୍କ ଲୋକପ୍ରିୟତାରେ ବୃଦ୍ଧି ଘଟୁଛି ନା ନାହିଁ ତାହା ଦେଖିବାର କଥା ।*

You can share this post!
author