ରାଜ୍ୟରେ ନୂଆ ସରକାର ଆସିବାର ୨ ମାସ ବିତିଗଲା । କିନ୍ତୁ ଏଯାଏଁ ମିଳିଲାନି ମାଗଣା ବିଜୁଳି । ଜୁଲାଇ ମାସରୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି ବୋଲି ବିଜେପି ଘୋଷଣା କରିବା ସହ ସମସ୍ତ ରାଜ୍ୟବାସୀଙ୍କୁ ଏ ସମ୍ପର୍କରେ ଜଣାଇବା ପାଇଁ ଟିଭି, ସୋସିଆଲ ମିଡିଆରେ ଆଡଭର୍ଟାଇଜମେଣ୍ଟ ି କରିଥିଲେ । କିନ୍ତୁ ସରକାରକୁ ଆସିବାର ୨ ମାସ ପରେ ବି ଏ ଦିଗରେ କିଛି ବି କାର୍ଯ୍ୟକାରୀ ହେଉଥିବା ଦେଖିବାକୁ ମିଳିଲାନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଲାଣି । ମାଗଣା ବିଜୁଳିକୁ ନେଇ ରାଜ୍ୟ ବିଜେପି ନେତାଙ୍କ ସହ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାରରେ ଆସିଥିବା ବେଳେ ପ୍ରତିଶୃତି ଦେଇଥିଲୋ ଏବଂ ସମସ୍ତଙ୍କୁ ପିଏମ ସୂର୍ଯ୍ୟଘର ଯୋଜନା ଅନ୍ତର୍ଗତ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବା ନେଇ ଘୋଷଣା କରିଥିଲେ । କିନ୍ତୁ ଏବେ ସେଥିରେ ବି ବିଜେପି ଫେଲ୍ ମାରିଥିବା କୁହାଯାଉଛି । କାରଣ କେନ୍ଦ୍ରୀୟ ବଜେଟରେ ଏହାକୁ ନେଇ ବଜେଟ ଉପସ୍ଥାପିତ ହୋଇଛି ସତ । କିନ୍ତୁ ସାରା ଦେଶରେ କେବଳ ୧ କୋଟି ପରିବାର ହିଁ ଏଥିରେ ଉପକୃତ ହେବେ ବୋଲି ସୂଚନା ମିଳିଛି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ମାଗଣା ବିଜୁଳି ପାଇବାରେ ମଧ୍ୟ ଓଡିଶା ପଛରେ ପଡିଯିବ । ଆଉ ପୁଣି ଥରେ ବିଜେପି ନିଜ ପ୍ରତିଶୃତି ପାଳନରେ ପଛରେ ପଡିଯିବ ବୋଲି ସେଥିରେ ସନ୍ଦେହ ନାହିଁ । ଅନ୍ୟପଟେ ମାଗଣା ବିଜୁଳି ପାଇବା ପାଇଁ ଉପଭୋକ୍ତାଙ୍କୁ ପିଏମ ସୂର୍ଯ୍ୟଘର ଯୋଜନାରେ ସାମିଲ ହେବା ପାଇଁ ପ୍ରଥମେ ଆବେଦନ କରିବାକୁ ପଡିବ । ଏହା ସହ ଉପଭୋକ୍ତା ଜଣଙ୍କର ଛାତ ଘର ହେବା ଆବଶ୍ୟକ । ଏହା ସହ ସୋଲାର ସିଷ୍ଟମ ମଧ୍ୟ ଉପଭୋକ୍ତା ନିଜେ ନିଜ ଛାତ ଉପରେ ଇନଷ୍ଟଲ କରିବେ । ଏବଂ ଏହାର ଖର୍ଚ୍ଚ ବାବଦକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେବଳ ୪୦ ପ୍ରତିଶତ ସବସିଡି ମିଳିବ ବୋଲି ସୂଚନା ରହିଛିା ତେବେ ସୋଲାର ପ୍ୟାନେଲର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ଲଗାଇବା ପାଇଁ ମଧ୍ୟ ଛାତ ଘରର ଆବଶ୍ୟକତା ରହିଛିା ଆଉ ଯାହାର ଛାତ ଘର ନାହିଁ ସେମାନେ ଏଥିରୁ ବଞ୍ଚିତ ହେବେ ବୋଲି ସେଥିରେ ସନ୍ଦେହ ନାହିଁ । ଯେଉଁଥିରୁ ବିଜେପି ପୁଣି ଥରେ ରାଜ୍ୟବାସୀଙ୍କୁ ନୂଆ ଆଶା ଦେଖାଇ ତାଙ୍କୁ ଶେଷରେ ଭୂଆଁ ବୁଲେଇ ଦେଇଥିବା ନଜର ଆସୁଛି । ଏବଂ ପୁଣି ଥରେ ନିଜେ ଦେଇଥିବା କଥାରୁ ଓହରି ଯାଉଥିବା କୁହାଯାଉଛି । ତେବେ ଦେଖାଯାଉ ଆଗକୁ ଆଉ କେଉଁ କେଉଁ ପ୍ରତିଶୃତି ପାଳନ ଦିଗରେ ପଛଘୁଞ୍ଚା ଦେଉଛି ତାହା ଦେଖିବାର କଥା ।

You can share this post!
author