ବାତ୍ୟା ପ୍ରଭାବ ରେ ଗଞ୍ଜାମ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ବର୍ଷାଜଳକୁ ଆଖି ଆଗରେ ରଖି ଶତାଧିକ ମସ୍ୟଜୀବୀ ସମୁଦ୍ର ଏବଂ ମୁହାଣ ମଝିରେ ବାଲିବସ୍ତା ପକାଇ ବାନ୍ଧିଲେ ବନ୍ଧ | ହଜାର ହଜାର ମସ୍ୟଯିବିଙ୍କ ପାଇଁ ଏଭଳି ଅସ୍ଥାୟୀ ବନ୍ଧ ବାନ୍ଧିଥିବା ସୂଚନା ରହିଛି | ଆଗକୁ ବଡ଼ ବର୍ଷା ଜଳକୁ ଉପକୂଳରୁ ସମୁଦ୍ରରେ ନ ଛାଡିବା ପାଇଁ ଏଭଳି ବନ୍ଧ ବନ୍ଧା ଯାଇଥିବା ଜଣାପଡିଛି | ଯାହା ଦ୍ୱାରା ମୁହାଣରେ ବର୍ଷା ଜଳ ଅଧିକ ହେଲେ ଡ଼ଙ୍ଗା ନେବା ଆଣିବାରେ ସଫଳ ହେବେ ମସ୍ୟଯିବି ପୂର୍ଵରୁ ବର୍ଷ ବର୍ଷ ଧରି ସରକାରକୁ ବାରମ୍ବାର ଗୁହାରି କରିବା ସତ୍ୱେ ଜେଟି କଲେ ନାହିଁ ଯାହା ଦ୍ୱାରା ନିଜେ ନିଜ ଖର୍ଚ୍ଚରେ ବାଲିବସ୍ତା ସହ ଜେସିବି ସାହାର୍ଯ୍ୟ ନେଇ ବନ୍ଧ ବାନ୍ଧିଥିବା ସୂଚନା ଦେଇଛନ୍ତି ଗ୍ରାମବାସୀ | ଏଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ମାର୍କଣ୍ଡି ର ଦୃଶ୍ୟ। ପ୍ରାୟ 11ଖଣ୍ଡ ଗାଁ ର ମସ୍ୟଜୀବୀ ଏଠାରେ ନିର୍ଭର ଶିଳ ଏଭଳି ପ୍ରତିବର୍ଷ ନିଜ ଖର୍ଚ୍ଚରେ ଏଭଳି ବନ୍ଧ ବାନ୍ଧିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ, ଏମିତି କି ରାଜ୍ୟରେ ନୂଆ ସରକାର ଆସିଥିବା ହେତୁ ଏଭଳି ସମସ୍ୟା ରୁ ସ୍ଥାୟୀ ସମାଧାନ ବା ଜେଟି ଦାବି କରିଛନ୍ତି ଗ୍ରାମବାସୀ

You can share this post!
author