ଦୀପାବଳି ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଘର ସଜାଇବା ସହ ମିଠା ଖୁଆଇ, ମୂରୂଜ ପକାଇ ଦୀପାବଳି ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ସମସ୍ତେ । ଆଉ ଏହି କ୍ରମରେ ଅଯୋଧ୍ୟାରେ ମଧ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏପରିକି ଅଯୋଧ୍ୟା ବିଶ୍ୱ ରେକର୍ଡରେ ସ୍ଥାନ ମଧ୍ୟ ପାଇଛିା କାରଣ ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କର ଏହା ହେଉଛି ପ୍ରଥମ ଦୀପାବଳୀ । ଏଥିପାଇଁ ଦୀପାବଳିରେ ବି ଅଯୋଧ୍ୟା ନଗରୀ ଏବଂ ରାମ ମନ୍ଦିର ନବବଧୂ ପରି ସଜେଇ ହୋଇଛି । ସହରରେ ଥିବା ସରଜୂ ନଦୀ ଘାଟରେ ୨୫ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇଛି । ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ ଭଗବାନ ରାମ ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦୀପାବଳି ପାଳନ କରାଯାଉଛି । ତେଣୁ ଉତ୍ତରପ୍ରଦେଶ ସରକାର ଏହାକୁ ବେଶ ଆକର୍ଷଣୀୟ ଓ ବିଶାଳ କରିଛନ୍ତି

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025