ବୃହତ ପାନୀୟ ଜଳ ପ୍ରକଳ୍ପର ଭିର୍ତ୍ତିପ୍ରସ୍ତର ସ୍ଥାପନକଲେ ମାନନୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର ଗୋଳାବନ୍ଧ ପଂଚାୟତ ସ୍ଥିତ ବେତାରସିଂଙ୍ଗି, ସୋଲଣ୍ଡି ଏବଂ ଖୋଳଖାଳି ପଂଚାୟତର ବେଲପୁର ଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ଉଦ୍ୟୋମରେ ନିର୍ମିତ ହେବାକୁ ଯାଉଥିବା ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି | ଜଳ ଜୀବନ ମିଶନ ଯୋଜନା ଅଧିନରେ ଗଞ୍ଜାମ ଜିଲ୍ଲାର ୧୧ ଟି ବ୍ଲକରେ ମହାନଦୀ ମେଗା ପ୍ରକଳ୍ପ ପାଇଁ ୧୪୩୯.୪୨ କୋଟି ଟଙ୍କା ମଞ୍ଜୁର ହୋଇଛି ।ଏହାର କାର୍ଯ୍ୟଭାର ଚେନ୍ନାଇ ର L&T ଠିକା ସଂସ୍ଥା ନେଇଛି | ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାରଙ୍କ ପ୍ରଥମ ପ୍ରାଥମିକତା ରହିଛି। ଆମ ସରକାର ଲୋକଙ୍କ ବିକାଶ ଓ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପରିକଳ୍ପବଦ୍ଧ । ମୋର ବିଶ୍ୱାସ ଏହି ମେଗା ପ୍ରକଳ୍ପ ଯୋଜନାରେ ଗଞ୍ଜାମ ଜିଲ୍ଲା ତଥା ଆମ ପୋଲସରା ନିର୍ବାଚନ ମଣ୍ଡଳୀର ଲୋକଙ୍କ ମୌଳିକ ଅଧିକାର ନିଶ୍ଚିତ ଭାବରେ ପ୍ରାପ୍ତ ହେବ।ଏହି କାର୍ଯ୍ୟକ୍ରମ ରେ ପାନୀୟ ଜଳ ବିଭାଗ SDO ପ୍ରଦୀପ କୁମାର ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଏ. ରାମ ରାଓ, L&T ର ଯୋଗେଶ ବାବୁ ଉପସ୍ଥିତ ରହିଥିଲେ !

You can share this post!
author
Related Articles
ବିଧାୟକ ପ୍ରତିନିଧିଙ୍କ କଳା କାର୍ନାମା…!
- May 31, 2025
ଲେଖାଶ୍ରୀଙ୍କ ବାଣରେ ଘାଇଲା ପ୍ରଭାତୀ…!
- May 31, 2025
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025