ଜୁଆ ଆଡ୍ଡା ଉପରେ ଚଢ଼ାଉ, ୮୧ ଜଣ ଗିରଫ । ଖରିଆର ରୋଡ଼ ଯୋଙ୍କ ଥାନା ଅଞ୍ଚଳ ଚାଉଳମୁଡା ରେ ଜୁଆ ଆଡ୍ଡା ରେ ଚଢାଉ ୮୧ ଜଣ ଯୁଆଡି ଅଟକ | ୨୯ ଲକ୍ଷ ଟଙ୍କା ସହ ୩୨ ଗୋଟି ଗାଡ଼ି ଓ ୮୮ ଟି ମୋବାଇଲ ଜବତ୍ନୂଆପଡ଼ା ଜିଲ୍ଲା ରେ ଏକ ବଡ଼ ଧରଣ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ପୋଲିସ । ଗତ ରାତି 11 ଟା ସମୟରେ ଚଢାଉ କରି ୮୧ ଜଣ ଯୁଆଡ଼ି କୁ ଗିରଫ କରି ଅଟକ ରଖି ଥିବା ବେଳେ ସେମାନଙ୍କ ଠାରୁ ୨୭ ଗୋଟି ଚାରି ଚକିଆ ଗାଡ଼ି, ପାଞ୍ଚଟି ଦୁଇ ଚକିଆ ଗାଡ଼ି, ୮୮ ଗୋଟି ମୋବାଇଲ ଫୋନ୍ ସହ ନଗଦ ୨୯ଲକ୍ଷ ୪୫ ହଜାର ୪୦୫ ଟଙ୍କା କୁ ଜବତ୍ କରି ତଦନ୍ତ ଜାରି ରଖିଥିବା ନୂଆପଡ଼ା ଏସପି ରାଘେବିଂଦ୍ର ଗୁଣ୍ଡାଲା ରେଡ୍ଡୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଦିର୍ଘ ଦିନ ହେବ ଜୋଙ୍କ ଥାନା ଠେଲକୋବେଡା ଗାଁ ନିକଟସ୍ଥ ଜଙ୍ଗଲ ରେ ଜୁଆ ଖେଳ ଚାଲି ଆସିଥିଲା । ବାରମ୍ୱାର ଜିଲ୍ଲା ପୋଲିସ କୁ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ ହେଁ ସଠିକ୍ ଖବର ର ଅଭାବ ରୁ ନୂଆପଡ଼ା ପୋଲିସ ଏଥିରେ ବିଫଳ ହୋଇଥିଲା । ଶେଷ ରେ ଗତକାଲି ସନ୍ଧ୍ୟାରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG ଙ୍କ ନେତୃତ୍ବ ରେ କୋରାପୁଟ ଏବଂ ନୂଆପଡ଼ା ପୋଲିସ ମିଳିତ ଚଢାଉ କରିଥିଲେ। ଏହି ଚଡାଉ ବେଳେ ନୂଆପଡ଼ା ଏସ ପି ରାଘବେନ୍ଦ୍ର ରେଡ୍ଡୀ ସମେତ ଖରୀଆର ରୋଡ ଥାନା ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଚଢାଉ ସମୟରେ ବ୍ୟାପକ ପୋଲିସ ଓ ଯବାନ ମୁତୟନ ହୋଇ ସମସ୍ତ ଜୁଆଡ଼ିଙ୍କୁ କାବୁ କରିଥିଲେ । ଗିରଫ ଜୁଆଡ଼ି ମାନେ ଛତିଶଗଡ ରାଜ୍ୟ ର ୬୪ ଜଣ ମହାରାଷ୍ଟ୍ର ର ଜଣେ ଥିବା ବେଳେ ଅନ୍ୟ ମାନେ ନୂଆପଡ଼ା ଜିଲ୍ଲା ର ବୋଲି ଜଣା ପଡିଛି । ବର୍ତ୍ତମାନ ପୋଲିସ ସମସ୍ତ ଜୁଆଡି ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସେ ଭିତରୁ 19 ଜଣ ଙ୍କୁ କୋୖର୍ଟ ଚାଲାଣ କରିଛନ୍ତି ଅନ୍ୟ ଙ୍କୁ ପଚରା ଉଚରା କରୁଛନ୍ତି l ଏବେ ଜିଲ୍ଲା ରେ ଅଂଚଳ ବାସୀ କହିବା ଅନୁସାରେ ଜିଲ୍ଲା ରେ ଦିନ କୁ ଦିନ ଜୁଆ ବଡ଼ିବାରେ ଲାଗିଛି l ଏହାକୁ ନେଇ ଜିଲ୍ଲା ପୋଲିସ ବିଭାଗ ବଡ଼ ନିଷ୍ପତି ନେବା କଥା ଓ ପୁରା ପୁରୀ ବନ୍ଧ କରିବା କଥା ବୋଲି ଅଂଚଳ ର ଲୋକେ ଦାବି କରିଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025