ଗଜପତି ଜିଲ୍ଲା ଏକ ଆଦିବାସୀ ଦୁର୍ଗମ ଅଞ୍ଚଳ ଭାବରେ ବେଶ୍ ପରିଚିତ। ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଅନ୍ତର୍ଗତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ତେରେମେଣ୍ଡା ପ୍ରାଥମିକ ବିଦ୍ୟାଳୟ। ହେଲେ ଏହି ବିଦ୍ୟାଳୟକୁ ନିୟମିତ ଭାବେ ଶିକ୍ଷକ ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଗ୍ରାମବାସୀ ଉଚ୍ଚ କତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା । ପଦକ୍ଷେପ ଶୂନ। ପିଲାମାନେ କହିବା ପ୍ରକାରେ ଶିକ୍ଷକ ମାନେ ବାରଟାରେ ଆସି ଗୋଟେ ଦୁଇଟା ହେଲେ ଚାଲି ଯାଉଛନ୍ତି । ଏପରିକି ଶିକ୍ଷାର୍ଥୀଙ୍କୁ ପାଠ ମଧ୍ୟ ଠିକସେ ପଢ଼ାଉନଥିବା କହିଛନ୍ତି ଛାତ୍ରଛାତ୍ରୀ। ସ୍କୁଲ ଚାବି ବିଦ୍ୟାଳୟର ପିଲାମାନକ ପାଖରେ ରହୁଥିବା ବେଳେ ସେମାନେ ମନଇଚ୍ଛା ଚ଼ାବି ଖୋଲୁଛନ୍ତି। ଯେତେବେଳେ ଚାହୁଁଛନ୍ତି ସେତେବେଳେ ବିଦ୍ୟାଳୟ ଖୋଲୁଛନ୍ତି । ଆଉ ଶିକ୍ଷକ ଗଲା ପରେ ଛାତ୍ରମାନେ ହିଁ ତାଲା ପକାଉଛନ୍ତି । ଏନେଇ ଗୋଷ୍ଠି ଶିକ୍ଷା ଅଧିକାରୀ ପାଟି ଖୋଲିନଥିବା ବେଳେ ଏବିଇଓ ଲିଙ୍ଗରାଜ କାର୍ଯୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏହାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏବିଇଓ କହିଛନ୍ତି । ତେବେ ଖବର ପ୍ରସାରଣ ପରେ କଣ ପଦକ୍ଷେପ ନେବେ ବିଭାଗୀୟ ଅଧିକାରୀ ତାହା ଦେଖିବାକୁ ରହିଲା ବାକି ।
You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025