ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କେଶପୁର ଛକ ଠାରେ ଖଲ୍ଲିକୋଟ ପୋଲିସ ଦ୍ବାରା ଗାଡ଼ି ଚେକିଂ ବେଳେ ଗୋଟିଏ କାରରୁ ୭୩ ଟି ରୂପା ଇଟା ସହିତ ନଗଦ ପାଞ୍ଚ ଲକ୍ଷ ୪୨ ହଜାର ୬୦୦ଟଙ୍କା ଜବତ ହୋଇଛି | ଦୁଇ ଆସାମୀ କୁ ଗିରଫ କରି ଗୁଇନ୍ଦା ଟିମ୍ କୁ ହସ୍ତାନ୍ତର କରିଛି ଖଲ୍ଲିକୋଟ ପୋଲିସ | ରୁପା ଇଟା ର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହୋଇଥିବା ଅନୁମାନ କାରାଯାଇଛି | ପ୍ରଧାନ ମନ୍ତ୍ରୀଙ୍କ ଓଡ଼ିଶା ଗ୍ରସ୍ତ କୁ ନେ଼ଇ ଗତ ଦୁଇ ଦିନ ଧରି ଖଲ୍ଲିକୋଟ ପୋଲିସ ଦ୍ବାରା ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି | ବିଭିନ୍ନ ଅପରାଧିକ ମାମଲା ଓ ବେପରୁଆ ଗାଡ଼ି ଚାଳନାକୁ ନଜର ରଖି ବିଭିନ୍ନ ସ୍ଥାନରେ ଯାନବାହନ କୁ ଅଟକାଇ ଚାଲିଛି ଚେକିଙ୍ଗ | ୧୬ ନମ୍ୱର ଜାତୀୟ ରାଜପଥ କେଶପୁର୍ ଛକ ନିକଟରେ ପୋଲିସ୍ ଖଲ୍ଲିକୋଟ ଛାନଭିନ କରୁଥିବା ବେଳେ ବ୍ରହ୍ମ ପୁର ଠାରୁ କଲିକତା ଅଭିମୁଖେ ଯାଉଥିବା ଗୋଟିଏ କାର ରୁ ୭୩ ଟି ରୂପା ଇଟା ସହିତ ନଗଦ ପାଞ୍ଚ ଲକ୍ଷ ୪୨ ହଜାର ୬୦୦ଟଙ୍କା ଜବତ କରିଛି ଖଲ୍ଲିକୋଟ ପୋଲିସ | ଯାହାର କି ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ | ଖଲ୍ଲିକୋଟ ପୋଲିସ୍ କାର କୁ ଜବତ କରିବା ସହିତ କାର ଭିତରେ ଥିବା ରୂପା ଚାଲାଣ କାରୀ ଙ୍କୁ ଗିରଫ କରିଛି | ଉକ୍ତ ଦୁଇ ଆସାମୀ ହେଲେ କଲିକତା ହୁଗୁଳି ଅଂଚଳର ଅରୂପ ଭୂୟାଁ ଓ ପଶ୍ଚିମ ବଙ୍ଗ ଭୁଦେବ ଚୌକ ଅଂଚଳର ଉଦିପସାଙ୍କି ବୋଲି ଜଣା ପଡିଛି |

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025