ଏ କର କି ଦୁଇ ଏକର ନୁହେଁ.. ୧୦ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ… କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ..ହଁ ଆଜ୍ଞା ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ସାବା ପଞ୍ଚାୟତରେ ଥିବା ଖାରିପଲ୍ଲି …ଏଠାରେ ୧୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା … ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆସିକା SDPO ଗିରିଜା ଶଙ୍କର ପଟ୍ଟନାୟକଙ୍କ ତତ୍ବାବଧାନରେ ବଡଗଡ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଆସିକା ଥାନା ଅଧିକାରୀ, ବେଲଗାଁ ଥାନା ଅଧିକାରୀ,ଶେରଗଡ଼ ଥାନା ଅଧିକାରୀ ସହ ଦୁଇ ପ୍ଲାଟୁନ ପୋଲିସ ଓ ଅବକାରୀ ବିଭାଗ ମିଳିତ ଏକ ଟିମ୍ ଗଠନ କରାଯାଇ ଚଢାଉ କରିଥିଲେ..ଏଥିରେ 10 ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛ କାଟି ସଫା କରାଯାଇଛି ..ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି କହିଛନ୍ତି ଆସିକା SDPO ଗିରିଜା ଶଙ୍କର ପଟ୍ଟନାୟକ

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025