ରିଲିଜ ହୋଇଛି ଫିଲ୍ମ ପୁଷ୍ପା-2 । ପ୍ରଥମ ଦିନରେ ପ୍ରଥମ ସୋ ପ୍ରାୟ ହାଉସ ଫୁଲ ରହିଥିବା ବେଳେ ଆସନ୍ତା ରବିବାର ପର୍ଯ୍ୟନ୍ତ ସାଉଥ ସୁପରଷ୍ଟାର ଅଲ୍ଲୁଅର୍ଜୁନଙ୍କ ଏହି ଦମଦାର ଆକ୍ସନ କମେଡି ମୁଭି ଦେଖିବା ପାଇଁ ସମସ୍ତ ହଲରେ ଅନଲାଇନ ଟିକେଟ ମଧ୍ୟ ବୁକିଂ ଚାଲିଛି । ସେପଟେ ରିଲିଜ୍ ପୂର୍ବରୁ ପୁଷ୍ପା-୨ ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ରେକର୍ଡ। ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଆଡାଭାନ୍ସ ଟିକେଟ ବୁକିଂ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଆଗେଇ ଚାଲିଛି। ପ୍ରଥମ ଦିନରେ ଟିକେଟ ବୁକିଂରେ ପୁଷ୍ପା ଟୁ ପାଖାପାଖି ୩୦କୋଟି ଟଙ୍କା ଆୟ କରିସାରିଥିବାବେଳେ ଦ୍ବିତୀୟ ଦିନ ବି ନନଷ୍ଟପ ବୁକିଂ ଚାଲିଥିଲା । ହାଇଦ୍ରାବାଦରେ ପ୍ରିମିୟର ସୋରେ ପହଞ୍ଚିଥିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ସୁପରଷ୍ଟାରଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିବା ବେଳେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।

You can share this post!
author