କଳାକାର ଭୂମିକାରେ ଅଭିନୟ କରିଥିବା ମାନବ ରୂପୀ ରାକ୍ଷାସ ଗିରଫ। ହିଂଜିଳି ଥାନା ରାଳବ ଗ୍ରାମରେ ଗତ 26 ତାରିଖ ଦିନ ରାମାୟଣ ନାଟ ପରିବେଶଣ ସମୟରେ ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀ କୁ ଝୁଣି ଝୁଣୀ ଖାଇବା ଘଟଣାରେ ହିଂଜିଳି ପୋଲିସ ପୁରୁଷୋତ୍ତମପୁର ଅଞ୍ଚଳର ବିମ୍ବାଧର ଗୌଡଙ୍କୁ ଗିରଫ କରି କୋର୍ଟ ଚାଳଣ ହୋଇଛି l ଗିରଫ ଜଣକ ରାମାୟଣ ନାଚରେ ବିରାୟୁଧ ରାକ୍ଷସ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କର ଏହି ଭଳି ବର୍ବରତା ଅଭିନୟ ଯୋଗୁ ଜନ ମାନସରେ ସେ ଘୃଣିତ ହେବା ସହ ନିନ୍ଦା ଅପବାଦ ମୁଣ୍ଡାଇଛନ୍ତି। ଏପରିକି ସେ ଆଇନରେ ଛନ୍ଦି ହୋଇଛନ୍ତି। ଏତିକିରେ କଥା ସରିନି, ଏବେ ପୋଲିସ ଓ ବନ ବିଭାଗ ମଞ୍ଜ ଉପରେ ପ୍ରଦର୍ଶନ କରାଯାଇଥିବା ସର୍ପ ଓ କଳାକାରଙ୍କୁ ଖୋଜୁଛନ୍ତି।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025