ମମତା ମହନ୍ତଙ୍କ ବାଟରେ ଗଲେ ସୁଜିତ କୁମାର . ମମତାଙ୍କ ପରେ ପୁଣି ଥରେ ବିଜେପି ଟିକଟରେ ରାଜ୍ୟସଭା ଯିବେ ସୁଜିତ କୁମାର ଅଗ୍ରୱାଲ . ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର . ବିଧାନସଭାରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର . ତେବେ ପ୍ରଥମେ ମମତା ପରେ ସୁଜିତ କୁମାର ବିଜେଡ଼ି ଛାଡ଼ିବା ପରେ ଦିଲ୍ଲୀରେ ଖାଲି ହେଉଛି ବିଜେଡ଼ିର ରାଜ୍ୟସଭା ଆସନ . କୁହାଯାଉଛି ଏହାପରେ ଆହୁରି ରାଜ୍ୟସଭା ସାଂସଦ ବିଜେଡ଼ିରୁ ବିଜେପିକୁ ଯାଇପାରନ୍ତି .
ତେବେ ଗୋଟିଏ ପରେ ଗୋଟିଏ ସାଂସଦ ବିଜେଡ଼ି ଛାଡ଼ି ବିଜେପିରେ ମିଶିବାପରେ . ଏବେ କେନ୍ଦ୍ରରେ କମିବାରେ ଲାଗିଛି ବିଜେଡ଼ି ବଳ . ପୂର୍ବରୁ ରାଜ୍ୟସଭାରେ ବିଜେଡ଼ିର ୯ଜଣ ସାଂସଦ ଥିବା ବେଳେ ବର୍ତମାନ ତାହା ମମତା ମହନ୍ତ ,ସୁଜିତ କୁମାରଙ୍କ ପରେ ୭କୁ ପହଂଚିଛି . ଆଉ କୁହାଯାଉଛି ଆହୁରି ସାଂସଦ କାଳେ ବିଜେପିର ଟଚରେ ଅଛନ୍ତି .
ତେବେ ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨,୨୦୨୬ରେ ଶେଷ ହେବାକୁ ଥିବା ବେଳେ ସେପ୍ଟେମ୍ବରର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ . ଏହାର କିଛି ସମୟ ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କଚୁ ଦଳରୁ ବହିଷ୍କାର କରିଥିଲେ .ଏବଂ ଇସ୍ତଫା ଦେବାର ଘଂଟାଏ ପରେ ବିଜେପିରେ ସାମିଲ ହୋଇଥିଲେ .